ବଲାଙ୍ଗିର, ନିଜର ମା ସମ୍ପର୍କ ରେ ମନ୍ତବ୍ୟ ଯୋଗୁଁ ହଠାତ ଉତ୍ତେଜିତ ହୋଇ ହତ୍ୟ କରିଥିବା ଦେଓଗାଁ ରେଳ ଧାରଣା ରେ ମିଳିଥିବା ଖଣ୍ଡ ବିଖଣ୍ଡିତ ଅଜଣା ଯୁବକ ମୃତ ଦେହ ରହସ୍ୟ ପୋଲିସ ରହସ୍ୟ ଭେଦ କରିଛି।
ଏକାଠି ମଦ ଖାଉଥିବା ବେଳେ ହତ୍ୟାକାରୀ ମା ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଯୋଗୁଁ ଦେଓଗାଁ ରେଳ ଷ୍ଟେସନ ପାଖ ଏକ ପୋଲ ରେ ବସି ପରସ୍ପର କୁ ଜାଣି ଥିବା ତିନି ଜଣଙ୍କ ଭିତରେ ଗଣ୍ଡଗୋଳ ହୋଇ ହଠାତ୍ ଉତ୍ତେଜିତ ହୋଇ ପାଖରେ ଥିବା ପଥର ଖଣ୍ଡ ରେ ସୁଶିଲ ଓରଫ ବୁଲୁ ବାଗ (୨୬)ମୁଣ୍ଡ ଓ ଅନ୍ୟ ସ୍ଥାନରେ ଛେଚି ସଚ୍ଚିଦାନନ୍ଦ ନନ୍ଦ ଓରଫ ଅମନ ସାଗର ନନ୍ଦ (୨୫) ଓ କାଳିଆ ଓରଫ ଖେତ୍ରମଣୀ ସେନାପତି (୨୮) ଦେଓଗାଁ ଭାନିଆ ପଡ଼ା ର ମାରି ଦେଇଥିଲେ ବୋଲି ବଲାଙ୍ଗିର ପୋଲିସ ପ୍ରକାଶ କରିଛି। ଆଜି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ରିସିକେଶ ଦ୍ୟାନଦେଓ ଖିଲାରୀ ତାଙ୍କ କାର୍ଯ୍ୟାଳୟ ରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ଗତ ୧୦ ତାରିଖ ରାତି ୯.୩୦ ରେ ତାଙ୍କ ପୁଅ ସୁଶିଲ କୁ ହତ୍ୟା କରାଯାଇ ଥିବା ଦେଓଗାଁ ଥାନା ଅନ୍ତର୍ଗତ ସହଜ ବାହାଲ ଗ୍ରାମର ଈଶ୍ୱର ବାଗ ଆସି ଥାନାରେ ଅଭିଯୋଗ ଦାଖଲ କରିଥିଲେ , ତାଙ୍କ ପୁଅ ତୁଷୁରା ଥାନା ଅନ୍ତର୍ଗତ ସିନ୍ଦ୍ରା ବାହାଲି ଗ୍ରାମରେ ରହୁଥିଲା ତାକୁ କିଛି ଅଜଣା ଲୋକ ହତ୍ୟାକରୀ ଦେଓଗାଁ ରେଳ ଲାଇନ ରେ ପକାଇ ଦେଇଛନ୍ତି ବୋଲି ଉଲ୍ଲେଖ କରି ଥିଲେ।
ଦେଓଗାଁ ପୋଲିସ ଏସଂପର୍କରେ କେଶ ରୁଜୁ କରି ସାଇଣ୍ଟିଫିକ ଦଳ ସହିତ ଯାଇ ତଦନ୍ତ ଆରମ୍ଭ କରି ଦେଇଥିଲେ। ଗତକାଲି ପୋଲିସ ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଏସଡିପିଓ ପ୍ରଦୀପ କୁମାର ସାହୁ ଙ୍କ ନେତୃତ୍ୱ ରେ ତିନିଗୋଟି ଦଳ ଗଠନ କରି ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କରି ଘଟଣା ର ୨୪ ଘଣ୍ଟା ନ ପୁରୁଣୁ ସ୍ଥାନୀୟ ଲୋକ ଓ ସାମାଜିକ ଗଣମାଧ୍ୟମ ସହଯୋଗ ରେ ଦୁଇ ଅଭିଯୁକ୍ତ କୁ ଧରିବା ରେ ସଫଳ ହୋଇଥିଲେ । ମୃତକ ର ରକ୍ତ ଭିଜା ଲୁଗା ଓ ହତ୍ୟାକାରୀ କାଳିଆ ଓରଫ ଖେତ୍ରମଣି ଙ୍କ ରକ୍ତ ଲଗା ସାର୍ଟ ଜବତ କରିବା ସହିତ ହତ୍ୟା ରେ ବ୍ୟବହୃତ ପଥର ଖଣ୍ଡ, ମୃତକ ର ଚପଲ ଗୋଟିଏ ମଦ ବୋତଲ ସହିତ ଅନ୍ୟ ଉପକରଣ ଜବତ ହୋଇଚି।