ମୁମ୍ବାଇ– ମୁମ୍ବାଇର କୁର୍ଲାରେ ବେଷ୍ଟ ବସ ଦୁର୍ଘଟଣାରେ 5ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଆହତ 49ଜଣ ଲୋକଙ୍କୁ ଚିକିତ୍ସା ପାଇଁ ସାୟନ ଓ ଭାଭା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ 26ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଧିକାରୀଙ୍କ ମୁତାବକ ମୃତକଙ୍କ ସଂଖ୍ୟା ବଢିବାର ଅନୁମାନ କରାଯାଉଛି । ବସ ଡ୍ରାଇଭର ସଂଜୟ ମୋରେଙ୍କୁ ଗିରଫ କରାଯାଇଛି । କୁର୍ଲା ପୋଲିସ ଅନୁସାରେ ସୋମବାର ରାତି ପ୍ରାୟ 9.30 ମିନିଟ ସମୟରେ ବସଟି କୁର୍ଲାରୁ 60ଜଣ ଯାତ୍ରୀଙ୍କୁ ନେଇ ଅନ୍ଧେରୀ ଯାଉଥିଲା । ଏଲବିଏସ ମାର୍ଗରେ ଡ୍ରାଇଭର ସଂଜୟ ମୋରେ ବ୍ରେକ ବଦଳରେ ଏକ୍ସିଲେଟର ଚାପି ଦେଇଥିଲେ । ଫଳରେ ବସଟି ଭାରସାମ୍ୟ ହରାଇବା ସହ ପଥଚାରୀଙ୍କ ସହିତ ଅନେକ ଗାଡିକୁ ଧକ୍କା ଦେଇ ବଜାରରେ ପଶି ଏକ ଗେଟରେ ଧକ୍କା ହୋଇ ଅଟକିଥିଲା । ଏହି ଦୁର୍ଘଟଣାରେ 5ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି 49ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 26ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏନେଇ କୁର୍ଲା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।
Related Stories
December 25, 2024