
କୋରାଇ- କୋରାଇ ବ୍ଲକ ଅନ୍ତର୍ଗତ ପଥରପଦା ନେତାଜୀ ୟୁଥ କ୍ଲବର ଦ୍ୱୀଦ୍ୱିବସୀୟ ୨୪ତମ ବାର୍ଷିକୋତ୍ସବ ନେତାଜୀ ଜୟନ୍ତୀ ଅବସରରେ ଉଦ୍ଘାଟିତ ହୋଇଛି । ପୂର୍ବାହ୍ନରେ ନେତାଜୀଙ୍କ ପ୍ରତିମୂର୍ତିରେ ଜିଲା ଆରକ୍ôଷ ଅଧିକ୍ଷକ ଚରଣ ସିଂହ ମୀନା ପୁଷ୍ପମାଲ୍ୟ ଅର୍ପଣ କରି କରି ପତାକା ଉତୋଳନ କରିବା ପରେ ନେତାଜୀ ଜ୍ୟୋତିରେ ଅଗ୍ନି ସଂଯୋଗ କରିଥିଲେ । ପରେ ଜ୍ୟୋତି ସହର ପରିକ୍ରମା କରିଥିଲା । ପାଣିକୋଇଲି ସରପଂଚ କାର୍ତିକ ଚନ୍ଦ୍ର ପଣ୍ଡା, ପଥରପଦା ସରପଂଚ ପ୍ରକାଶ ମଲିକ, ଉପଦେଷ୍ଟା ସନ୍ତୋଷ କୁମାର ବେହେରା, ସୂର୍ଯମଣି ପଣ୍ଡା. ସ୍ୱପ୍ନାନନ୍ଦ ଦାସ, ବରୁଣ୍ଡାଇ ସରପଂଚ ସୌଭାଗ୍ୟ ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ଦେଓ, ସୁବାସ ଧଳ, ରଘୁନାଥ ମାଝୀ,ନାରାୟଣ ଧଳ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପଥରପଦା, ପାଣିକୋଇଲି ନୋଡାଲ ହାଇସ୍କୁଲ, ମାତରିଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ତାଜପୁର ପ୍ରକଳ୍ପ ବିଦ୍ୟାଳୟ ଓ ଜାଭିୟର ସ୍କୁଲର ସହସ୍ରାଧିକ ଛାତ୍ର/ଛାତ୍ରୀ ଜ୍ୟୋତି ପରିକ୍ରମାରେ ଯୋଗଦେଇଥିଲେ । ଥାନାଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ଜ୍ୟୋତି ପରିକ୍ରମା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ପରେ ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ର/ଛାତ୍ରୀଙ୍କୁ ନେଇ ‘ନେତାଜୀ ଓ ଗାନ୍ଧିଜୀ’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ୩ଟି ବିଭାଗ(ବରିଷ୍ଠ, କନିଷ୍ଠ ଓ ସର୍ବ କନିଷ୍ଠ)ରେ କରାଯାଇଥିଲା । ବିଚାରକଭାବେ ମାତରିଣୀ ମହାବିଦ୍ୟାଳୟର ଅଧ୍ୟାପକ ସୁଧିର ଦାସ, ଡଃ ପ୍ରତାପ ଚନ୍ଦ୍ର ତ୍ରୀପାଠୀ, ଡଃ ଚନ୍ଦ୍ରକାନ୍ତ ମହାନ୍ତି, ମୁଗୁପାଳ କଲେଜର ଅଧ୍ୟାପକ ପ୍ରଶାନ୍ତ ଘଡାଇ, କୋରାଇ କାହ୍ନୁ ଚରଣ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧାପିକା ସରିତା ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ । ବରିଷ୍ଠ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବେ ଦିବ୍ୟା ସାସ, ଅର୍ପିତା ପତି, ଶୁଭଲକ୍ଷ୍ମୀ ଦାଶ, କନିଷ୍ଠ ବିଭାଗରେ ଅନୁଷ୍କା ଅନାମିକା, ରିଜୁଲ ପଣ୍ଡା, ଶ୍ରେୟାଶ୍ରୀ ସାହୁ, ସର୍ବ କନିଷ୍ଠ ବିଭାଗରେ ଅନନ୍ୟା ରାୟଓ ଦିପାଳୀ ଦିବ୍ୟଜ୍ୟୋତି ବାରିକ , ଶଶିକାନ୍ତ ମହାପାତ୍ର, ସାଇ ସନ୍ଦୀପ ବାରିକ ପ୍ରମୁଖ କୃତିତ୍ୱ ହାସଲ କରିଛନ୍ତି । କ୍ଳବର ସଭାପତି ସଂଜୟ ବେହେରା, ସମ୍ପାଦକ ମାନସ ସାହୁ, କୋଷାଧକ୍ଷ୍ୟ ପର୍ଶୁରାମ ବେହେରା, ଅଶୋକ ବେହେରା, ପ୍ରଶାନ୍ତ ଦାଶ, ସଂଜୟ କୁମାର ବେହେରା, ଚନ୍ଦ୍ରକାନ୍ତ ବିଶ୍ୱାଳ, ପର୍ଶୁରାମ ବେହେରା, ପ୍ୟାରିମୋହନ ବାରିକ, ସୌମ୍ୟରଂଜନ ସାହୁ, ରମେଶ ବାରିକ, ଉମେଶ ବାରିକ, ଅନିରୁଦ୍ଧ ବାରିକ, ପ୍ରକାଶ ବାରିକ. ପ୍ରେମେଶ ମହାକୁଡ, ଶରତ ପରିଜା ପ୍ରମୁଖ କାର୍ଯ୍ୟ୍ରକମ ପରିଚାଳନାରେ ସହଯୋଗ କରିଥିଲେ । ୨ ଦିନ ଧରି ସଭା, ସମ୍ବର୍ଦ୍ଧନା ସଭା, ନାଚ, ଗୀତ ପ୍ରତିଯୋଗିତା ଓ ମେଲୋଡି କାର୍ଯ୍ୟକ୍ରମ କରାଯିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।