ବେଙ୍ଗାଲୁରୁ– କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଏସଏମ କୃଷ୍ଣାଙ୍କର ଆଜି ଭୋରରେ ବିୟୋଗ ହୋଇଛି । 92 ବର୍ଷ ବୟସରେ ସେ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ । ଗତବର୍ଷ କେନ୍ଦ୍ର ସରକାରଙ୍କୁ ତାଙ୍କୁ ପଦ୍ମ ବିଭୂଷଣରେ ଅଳଙ୍କୃତ କରିଥିଲେ । ସେ ବିଜେପି ସହିତ ଜଡିତ ଥିଲେ । ତାଙ୍କ ବିୟୋଗରେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପି ନେତାମାନେ ଶୋକ ପ୍ରକାଶ କରିଛନ୍ତି । ଏସଏମ କୃଷ୍ଣା 1999ରୁ 2004 ଯାଏ କର୍ଣ୍ଣାଟକର କମାଣ ସମ୍ଭାଳିଥିଲେ । ସେ ମନମୋହନ ସିଂହଙ୍କ ନେତୃତ୍ୱ କଂଗ୍ରେସ ସରକାରରେ ବୈଦେଶିକ ମନ୍ତ୍ରୀ ଥିଲେ । 2017 ମାର୍ଚ୍ଚରେ ସେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ ।
Related Stories
December 25, 2024