
ମାଲକାନଗିରି. ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନିସେବା ଯୋଗାଇଦେବା ଲକ୍ଷ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ହେବାକୁ ଯାଉଛି। ଚଳିତ ମାସ ୧୪ ତାରିଖରେ ହେବାକୁଥିବା ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ମାଲକାନଗିରି ଜିଲ୍ଲା କୋର୍ଟ ସମେତ ନିକଟବର୍ତ୍ତୀ ଏମ ଭି ୭୯, ମାଥିଲି, କୁଡୁମୁଲୁଗୁମା କୋର୍ଟ ପରିସରରେ ଅନୁଷ୍ଠିତ ହେବ। ଏଥରେ ମୋକଦ୍ଦମା ସ୍ତରୀୟ ସାଲିସ ଯୋଗ୍ୟ ଫୌଜଦାରୀ ମାମଲା ଚେକ୍ ବାଉଁସ ସମ୍ବନ୍ଧୀୟ ମାମଲା , ଟଙ୍କା ପୁନଃଉଧାର ମାମଲା , ମୋଟର ଯାନ ଦୁର୍ଘଟଣା ଜନିତ , ଶ୍ରମ ବିବାଦ ଜନିତ ମାମଲା,ବିଦ୍ୟୁତ୍,ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ, (ସାଲିସ ବିହୀନ ବିବାଦକୁ ବାଦ୍ ଦେଇ) ବୈବାହିକ ବିବାଦ ( ବିବାହ ବିଚ୍ଛେଦ ବ୍ୟତୀତ), ଉଚ୍ଚ ନ୍ୟାୟାଳୟ ଓ ଦେୱାନି ଅଦାଲତରେ ଥିବା ଜମି ଅଧିଗ୍ରହଣ ମାମଲା, ଚାକିରି ସଂପର୍କିତ ଅବସର ପ୍ରାପ୍ୟ ସହିତ ଉଚ୍ଚ ନ୍ୟାୟାଳୟ ଓ ଦେୱାନୀ ଅଦାଲତରେ ଥିବା ରାଜସ୍ବ ମାମଲା, ଅନ୍ୟାନ୍ ଦେଵନି ମାମଲା, (ଭଡ଼ା, ସହଜ ଅଧିକାର ନିର୍ଦ୍ଧିଷ୍ଟ କାର୍ଯ ଦକ୍ଷତା ସୁଟ୍,ନିର୍ଦ୍ଦେଶକ ସୁଟ) ଖାଉଟି ବିବାଦ ଓ ଅନ୍ୟାନ ଫୌଜଦାରୀ ମାମଲାର ଫାଇସଲା ହେବ । ପ୍ରାକ୍ ମକଦ୍ଦମା ସ୍ତରୀୟ (କୋର୍ଟରେ ଦାୟର ହୋଇନଥିବା ମାମଲା) ସ୍ଥାୟୀ ଲୋକ ଅଦାଲତର ଅନ୍ୟାନ୍ , ଦେଵାନୀ (ସାଲିସ ବିହୀନ ବିବାଦକୁ ଛାଡି) ରକ୍ଷଣ ବେକ୍ଷଣ ମାମଲା ଓ ଅନ୍ୟାନ ମୋକଦ୍ଦମାର ଫୈସଲା ହେବ। ପୂର୍ବାହ୍ନ ୧୦ ଘଟିକାରୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଆରମ୍ଭ ହେବ। ଜିଲ୍ଲା ଦୌରା ଜର୍ଜ ଡକ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ତତ୍ୱାବଧାନ ରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନିସେବା ପ୍ରଧିକରଣର ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ବିଚାରପତି ସୁଶ୍ରୀ ସଂଗୀତା ପାତ୍ର ସୂଚନା ଦେଇଛନ୍ତି।