ପୁରୀ– ଆସନ୍ତା ୧୬ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ସେନେଇ ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦୈନିକ କେତେ ସମୟ ମରାମତି କାର୍ଯ୍ୟ କରିବ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ), ତାହା ଉପରେ ବୈଠକରେ ହୋଇପାରେ ନିଷ୍ପତି । ସେହିପରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଯେପରି ବାଧାପ୍ରାପ୍ତ ନହେବ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।
ପ୍ରକାଶ ଥାଉକି, ଏଏସଆଇ ଅଧିକ୍ଷକ ଡି.ବି. ଗଡନାୟକ ଏନେଇ ପୂର୍ବରୁ ସୂଚନା ଦେଇ କହିଥିଲେ ଯେ, ଆମେ ୧୬ରୁ କାମ ଆରମ୍ଭ କରିବା ନେଇ ଦିନ ଧାର୍ଯ୍ୟ କରିବୁ । ମରାମତି ପାଇଁ ଦୈନିକ ୫ରୁ ୬ ଘଂଟା ସମୟ ଦିଆଯିବ । ପ୍ରଥମେ ବାହାର ଓ ପରେ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯିବ । କୌଣସି ସ୍ଥାନରେ ପଥର ବଦଳାଇବାକୁ ଆବଶ୍ୟକ ଥିଲେ ବଦଳାଇବୁ । ଏନେଇ ନୀତି ସବ୍ କମିଟି ବୈଠକରେ ଅଧିକ ନିଷ୍ପତି ନିଆଯିବ ।
Related Stories
December 26, 2024