ଶିମଲା– ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ରବିବାର ବିଳମ୍ବିତ ରାତିରେ ତାଜା ବରଫପାତ ହୋଇଛି । ବର୍ଷା ପରେ ଡିସେମ୍ବରରେ ଦ୍ୱିତୀୟ ସପ୍ତାହରେ ଶିମଲା ସହରରେ ଶୀତ ସିଜନର ପ୍ରଥମ ବରଫପାତ ହୋଇଛି । ସହରକୁ ଲାଗିକରି ଥିବା ପର୍ଯ୍ୟଟନସ୍ଥଳୀ କୁଫରୀ, ଫାଗୁ ଓ ନାରକଂଡାରେ ବି ପ୍ରବଳ ବରଫପାତ ହୋଇଛି । ଏହା ବ୍ୟତୀତ ଲାହୌଲ-ସ୍ପିତି, କିନୌର, କୁଲୁ, ମନାଲି, ଚମ୍ବା ଓ ସିରମୌରର ଉଚ୍ଚ ଅଂଚଳ ଏବଂ କାଂଙ୍ଗଡାର ଧୌଲାଧାରର ପାହାଡିଆ ଅଂଚଳରେ ବରଫପାତ ହୋଇଛି । ହିଲ୍ ଷ୍ଟେସନ ଶିମଲାରେ ଗଛ, ଘରର ଛାତ, ରାସ୍ତାଘାଟର ବରଫର ଧଳା ଚାଦରରେ ଘୋଡାଇ ହୋଇଛି ।
Related Stories
December 25, 2024