କୋରାଇ – ଯାଜପୁର ବ୍ଲକ ମାଳଆନ୍ଦପୁର ପଂଚାୟତର ନମଟିକିରି ଗ୍ରାମରେ ମା ସୁବର୍ଣ୍ଣମୁଖି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୨ୟ ବାର୍ଷିକ ଅଶୋକ ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟରେ ୨ଟି ମ୍ୟାଚ ଖେଳାଯାଇଥିଲା । ବାବା ସୋପ୍ନେଶ୍ୱର ଖେଳ ପଡିଆରେ ଅନୁଷ୍ଠିତ ପ୍ରଥମ ମ୍ୟାଚ ତେନ୍ତୁଲିଖୁଂଟା କ୍ରିକେଟ କ୍ଲବ ବନାମ ଗୋପାଳପୁର କ୍ରିକେଟ କ୍ଲବ ମଧ୍ୟରେ ହୋଇଥିଲା । ଗୋପାଳପୁର ଟସ ଜିତି ବ୍ୟାଂଟି କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୦ ଓଭରରେ ୭ ୱିକେଟ ହରାଇ ୯୨ରନ ସଂଗ୍ରହ କରିଥିଲା । ଜବାବରେ ତେନ୍ତୁଲିଖୁଂଟା ସମସ୍ତ ୱିକେଟ ହରାଇ ୬୨ରନ କରି ପରାଜିତ ହୋଇଥିଲା । ଦ୍ୱିତୀୟ ମ୍ୟାଚ ଗୋପାଳପୁର ବନାମ ଜଗନ୍ନାଥ ପ୍ରସାଦ ମଧ୍ୟରେ ହୋଇଥିବା ବେଳେ ଜଗ୍ନାଥ ପ୍ରସାଦ ନିର୍ଦ୍ଧାରିତ ୧୦ ଓଭରରେ ୮ୱିକେଟ ହରାଇ ୯୩ ରନ କରିଥିଲା । ଜବାବରେ ଗୋପାଳପୁର ୮ ୱିକେଟ ହରାଇ ବିଜୟୀ ହୋଇଥିଲା । ଗୋପାଳପୁରର ଅଧିନାୟକ ମାନସ ପରିଡା ୧୧ଟି ବଲରୁ ୯ଟି ଛକା ସହାୟତାରେ ୫୪ ରନ ସଂଗ୍ରହ କରି ଦଳକୁ ବିଜୟୀ କରିବା ସହ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଆଜିର ଖେଳକୁ ସୁବ୍ରତ ବାରିକ ଓ ଅଜୟାନନ୍ଦ କବି ପରିଚାଳନା କରିଥିବା ବେଳେ ସୌରପ୍ରତାପ ରାୟ ଧାରାବିବରଣୀ ପ୍ରଦାନ କରିଥିଲେ । ସୁବର୍ଣ୍ଣ ମୁଖି କ୍ଲବ ପକ୍ଷରୁ ଗୌରାଙ୍ଗ ମହୀ, ପ୍ରଫୁଲ୍ଲ ସାମଲ, ଅଜୟାନନ୍ଦ କବି, ହେରମ୍ବ ନାରାୟଣ ସାମଲ, ଅଜୟ ସାମଲ, ଚନ୍ଦ୍ରଶେଖର କବି, ବିଭୂତି ଭୂଷଣ କବି, ପ୍ରକାଶ ବାରିକ, ଦଶରଥ ବାରିକ, ବିନାୟକ ସାମଲ, ଶରତ ଜେନା, ବିକ୍ରମ ମହୀ, ଅବିନାଶ ବିଶ୍ୱାଳ, ଶ୍ରୀନିବାସ କବି, ସୁଶାନ୍ତ ଦଳେଇ, ସୁନିଲ ଦଳେଇ. ସୁଶାନ୍ତ କବି, ଦିବାକର କବିଙ୍କ ସମେତ ସମସ୍ତ ସଦସ୍ୟ ଟୁର୍ଣ୍ଣାମେଂଟ ପରିଚାଳନାରେ ସହଯୋଗ କରିଥିଲେ ।