ଭୁବନେଶ୍ୱର– ରାଜ୍ୟର ସବୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ । ଭାରତୀୟ ଜନତା ପାର୍ଟୀ ତାଙ୍କର ସଂକଳ୍ପପତ୍ରରେ ଯାହା ଉଲ୍ଲେଖ କରିଛି ତାକୁ ପୂରଣ କରାଯିବ । ଆଜି ପ୍ରଶ୍ନକାଳରେ ଏ ସମ୍ପର୍କିତ ଏକ ପ୍ରଶ୍ନ ଉପରେ ଆଲୋଚନା ବେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଏହା କହିଛନ୍ତି ।
ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ଏକ ନୀତି ତିଆରି କରିଥିଲେ ଓ ଏହି ଆଧାରରେ ବର୍ତମାନ ରାଜ୍ୟରେ ଅନେକ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ହୋଇ ସାରିଛି । ଦୁର୍ଭାଗ୍ୟର ବିଷୟରେ ବ୍ରହ୍ମପୁର ମେଡିକାଲ କଲେଜ ସ୍ଥାପନା ହେବା ପର ଠାରୁ 2014 ଯାଏ ରାଜ୍ୟରେ କୌଣସି ମେଡିକାଲ କଲେଜ ଖୋଲା ଯାଇ ନ ଥିଲା ।
ସେ କହିଛନ୍ତି ଯେ ରାଜ୍ୟର ଥିବା ବିଭିନ୍ନ ମେଡିକାଲରେ ଡାକ୍ତରଙ୍କ ଅଭାବକୁ ପୂରଣ କରିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି । ମେଡିକାଲ ରିକୃଟମେଣ୍ଟ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଦୁଇଟି ସଂଶୋଧନ କରାଯାଇଛି. ଖୁବ ଶୀଘ୍ର 5000 ଡାକ୍ତର, 3000 ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିବେ ରାଜ୍ୟ ସରକାର।
ସେ କହିଛନ୍ତି ଯେ୍ 30 ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ। 2014 ମସିହା ପରେ ଯେତେ ସବୁ 100 ବେଡ ମେଡିକାଲ କଲେଜ ଖୋଲିଛି, ସେଥିପାଇଁ 250 ରୁ 300 କୋଟି ଟଙ୍କା ଖର୍ଚ୍ଚ ହେଉଛି ।