ବାରିପଦା– ଉତର ଶିମିଳିପାଳର କୋର୍ ଏରିଆରେ ଛଡାଯାଇଥିବା ୩ ବର୍ଷର ବାଘୁଣୀ ଜିନ୍ନତ ଏବେ ଝାଡ଼ଖଣ୍ଡ ମୁହାଁ ହୋଇଛି । ଜିନ୍ନତ ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଆରସିସିଏଫ । କିଛି ଦିନ ତଳେ ଜିନ୍ନତକୁ ଉତର ଶିମିଳିପାଳର କୋର୍ ଏରିଆରେ ଛଡାଯାଇଥିଲା । ତେବେ ଘଟଣା ସାମ୍ନାକୁ ଆସିବା ପରେ ଝାଡ଼ଖଣ୍ଡରେ ଏକ ସ୍ୱତନ୍ତ୍ର ଟିମ୍ ଜିନ୍ନତ ଉପରେ ନଜର ରଖିଛି ।
ମହାରାଷ୍ଟ୍ରର ତଡୋବା ଅନ୍ଧାରି ବ୍ୟାଘ୍ର ଅଭୟାରଣ୍ୟରୁ ଅଣାଯାଇଥିବା ଏହି ୩ ବର୍ଷର ବାଘୁଣୀ ଜିନ୍ନତ ନଭେମ୍ବର ୧୪ ତାରିଖରେ ଆସି ଶିମିଳିପାଳରେ ପହଂଚିଥିଲା । ନଭେମ୍ବର ୧୫ ତାରିଖରେ ତାକୁ ଶିମିଳିପାଳ ନର୍ଥ ର ଚହଲା ନିକଟ ସଫ୍ଟ ଏନକ୍ଲୋଜରରେ ଛଡାଯାଇଥିଲା । ତେବେ ସଫ୍ଟ ଏନକ୍ଲୋଜରରେ ଚାପମୁକ୍ତ ହୋଇ ଦୁଇଟି ଶିକାର କରି ପରିବେଶ ସହିତ ନିଜକୁ ଖାପ ଖୁଆଇବା ପରେ ଜିନ୍ନତକୁ କିଛି ଦିନ ତଳେ ଉତର ଶିମିଳିପାଳର କୋର୍ ଏରିଆରେ ଛଡାଯାଇଥିଲା ।
Related Stories
December 24, 2024