ଏହି ଅବସରରେ ଅଭିଯାନ ପକ୍ଷରୁ ତାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ସ୍ମୃତିଚାରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ତଥା ବରିÂ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ କହିଥିଲେ ଯେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଦେଶପ୍ରେମ ଓ ବୀରତ୍ୱର ପଟ୍ଟାନ୍ତର ନାହିଁ । ନେତାଜୀ ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ଏବଂ ଆଜାଦ୍ ହୀନ୍ଦ ଫୌଜ୍ ଗଠନ କରି ସମଗ୍ର ଦେଶବାସୀଙ୍କୁ ଇଂରେଜ ଶାସନ ବିରୋଧରେ ଏକଜୁଟ୍ କରିବା ସହିତ ଯୁଦ୍ଧଂ ଦେହି ଡାକରା ଦେଇଥିଲେ । ସେହିପରି ସମ୍ବଲପୁର ମାଟିର ବୀର ସୁରେନ୍ଦ୍ର ସାଏ ଦୀର୍ଘ ୪୫ ବର୍ଷ ଧରି ଇଂରେଜ ଶାସନ ବିରୋଧରେ ସମଗ୍ର ସମ୍ବଲପୁରବାସୀଙ୍କୁ ଏକଜୁଟ୍ କରିବା ସହିତ କିପରି ସଂଗଠନ ମାଧ୍ୟମରେ ସ୍ୱାଧୀନତା ହାସଲ କରାଯାଇପାରିବ ସେହି ପ୍ରୟାସକୁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଜାରି ରଖିବା ସହିତ ବର୍ଷାଧିକ କାଳ କାରାବରଣ କରିଥିଲେ । ଆଜିର ଯୁବପୀଢ଼ୀ ଉକ୍ତ ଦୁଇ ମହାନ ବୀରଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଅଭିଯାନର ଅଧ୍ୟକ୍ଷ ଆହ୍ୱାନ ଦେଇଥିଲେ ।
Related Stories
October 18, 2024