ଭୁବନେଶ୍ୱର – ଆଜି ଚାଷୀଙ୍କୁ ଧାନର ଇନପୁଟ ସହାୟତା ରାଶି ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୮ଶହ ଟଙ୍କାର ଇନପୁଟ୍ ସବସିଡି ବଣ୍ଟନ କରିବେ।
ଉଲ୍ଲଖନୀୟ ଯେ, ୨୦୨୪ ସାଧାରଣ ନିର୍ବାଚନରେ ଧାନ ସର୍ବନିମ୍ନ ସାଧାରଣ ମୂଲ୍ୟ ୩୧ ଶହ ଟଙ୍କା ହେବ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା । କ୍ଷମତାକୁ ଆସିବା ପରେ ବିଜେପି ସରକାର ମଧ୍ୟ ୨୩ ସହ ଏମଏସପି ସହ ୮ ଶହ ଟଙ୍କା ଇନପୁଟ ସବସିଡି ଘୋଷଣା କରିଥିଲେ। ଏବେ ଧାନ ବିକ୍ରି ପରେ ୨୩ଶହ ଟଙ୍କା ଏମଏସପପି ଚାଷୀ ପାଉଥିବା ବେଳେ ଆସନ୍ତାକାଲିଠୁ ଚାଷୀ ଇନପୁଟ୍ ସବସିଡି ବାବଦକୁ ପାଇବେ ୮ ଶହ ଟଙ୍କା।ଧାନ କିଣା ଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଏହି ଟଙ୍କା।
Related Stories
December 24, 2024