କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପେଣ୍ଠକଟା ଅଞ୍ଚଳର ତିନୋଟି ବସ୍ତି ଦୀର୍ଘ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ସରକାରଙ୍କ ଶୌଚାଳୟ କାର୍ଯ୍ୟକ୍ରମ ତାଙ୍କ ପାଖରେ ପହଞ୍ଚି ପାରୁ ନଥିଲା, ଏହାକୁ ଦୃଷ୍ଟିରେ ରଖି ପୁରୀ ମୁନିସିପାଲିଟି ଅଧିକାରୀଙ୍କୁ ଅନୁରୋଧ କରି ଟିମ ଆଟା, ତ୍ରିଶକ୍ତି ବସ୍ତି ଉନ୍ନୟନ କମିଟି ସହଯୋଗରେ ବସ୍ତିର ଶତାଧିକ ମହିଳା ଓ ପୁରୁଷ ମାନଙ୍କୁ ନେଇ ବସ୍ଟିରେ କିପରି ଆଲୋଚନା ହୋଇପାରିବ ଓ ଲୋକମାନେ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ପାଇପାରିବେ ଏଥିପ୍ରତି ଅଧିକାରୀଙ୍କୁ ଅନୁରୋଧ କରିଥିଲେ ଓ ଅଧିକାରୀଙ୍କ ସହଯୋଗରେ ଶାସକ ଶାସିତ ମଧ୍ୟରେ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାରେ ସାଧାରଣ ବସ୍ତି ବାସିନ୍ଦା ମାନେ ଶୌଚାଳୟ କାର୍ଯ୍ୟାଦେଶ ପରେ କିପରି ନିର୍ମାଣ କରିବେ, ସରକାରଙ୍କ ସହାୟତା ରାଶି କିପରି ପହଂଚିବ, ଶୌଚାଳୟ ନିର୍ମାଣରେ SDA କମିଟିର କଣ ଭୂମିକା ରହିଛି ତାହା ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ କନିଷ୍ଠ ଯନ୍ତ୍ରୀ ଜଗଦୀଶ ନାୟକ କହିଥିଲେ ” ଶୌଚାଳୟ ନିର୍ମାଣ ଶୈଳୀ ବସ୍ତିରେ ଆସି ବୁଝାଇବା ସହିତ ପ୍ରଥମେ ଶୌଚାଳୟ ନିର୍ମାଣ ପାଇଁ ଆଗ୍ରହୀ ହିତାଧିକାରୀ ଅନ୍ୟ ପାଇଁ ଉଦାହରଣ ହୋଇପାରିବେ। ସେଥିରେ ସମ୍ପୂର୍ଣ୍ଣ ଭାବେ କନିଷ୍ଠ ଯନ୍ତ୍ରୀ ଙ୍କର ସହଯୋଗ ରହିବ।
ସେହିଭଳି ସ୍ୱଚ୍ଛ ଭାରତ ମିଶନର ସୌଭାଗ୍ୟଲଷ୍ମୀ ଜେନା କହିଥିଲେ ଆମେ ଆପଣଙ୍କ ବସ୍ତିରୁ ଅନେକ ଲୋକଙ୍କ ସର୍ଭେ କରିଥିଲେ ମଧ୍ୟ ତନ୍ମଧ୍ୟରୁ କିଛି ଲୋକ କାର୍ଯ୍ୟାଦେଶ ପାଇପାରିନାହାନ୍ତି। ଯେଉଁଥିରେ ଅନଲାଇନ ଏଣ୍ଟ୍ରିରେ କିଛି ସମସ୍ୟା ଦେଖାଯାଇଥିଲା, ଯଦି ସେହିଗୁଡିକର ଆବଶ୍ୟକୀୟ କାଗଜପତ୍ର ମିଳିପାରିବ ତେବେ ବସ୍ତିରେ କୌଣସି ଲୋକ ଶୌଚାଳୟ ପାଇବାରେ ବଞ୍ଚିତ ହେବେନାହିଁ। ଏହା ସରକାରଙ୍କ ଏକ ଯୋଜନା ଯାହା ଶୌଚାଳୟ ନିର୍ମାଣରେ ପ୍ରୋତ୍ସାହନ ରାଶି ରୂପେ ହିତାଧିକାରୀଙ୍କ ଆକାଉଣ୍ଟକୁ 8000 ଓ SDA କମିଟିକୁ 8000 ଟଙ୍କା ଶୌଚାଳୟ ନିର୍ମାଣ ପରେ ମିଳିଥାଏ। SDA କମିଟିର ସହଯୋଗରେ ମଧ୍ୟ ଶୌଚାଳୟ ନିର୍ମାଣ କରାଯାଇପାରିବ। ଶେଷରେ ମାନନୀୟ ବିଶ୍ୱରଞ୍ଜନ ପ୍ରଧାନ ଅକ୍ତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୀ ପୌରପାଳିକା ଏହିଭଳି ଜନସଚେତନତା କାର୍ଯ୍ୟକ୍ରମ ପାଇଁ ପ୍ରଥମେ ଟିମ ଆଟାକୁ ଧନ୍ୟବାଦ ଦେବା ସହିତ କହିଥିଲେ କି ” ଶୌଚାଳୟ ନିର୍ମାଣରେ ଯଦି କିଛି ବାଧକ ହୁଏ,ତେବେ ଆପଣ ବସ୍ତି କମିଟି ସହିତ ଯୋଗାଯୋଗ କରି ମୋ ସହିତ ଯୋଗାଯୋଗ କରିପାରିବେ। ଶୌଚାଳୟ ନିର୍ମାଣ ପରେ ତୁରନ୍ତ ପଇସା କିପରି ପ୍ରଦାନ କରାଯାଇପାରିବ ସେଥିପ୍ରତି ଦୃଷ୍ଟିଦେବା ସହିତ ଶୌଚାଳୟ ନିର୍ମାଣ ପର୍ଯ୍ୟନ୍ତ ଟିମ ଆଟା ଏହିଭଳି ଲୋକଙ୍କ ସହିତ ରହି କାର୍ଯ୍ୟକୁ ଆଗେଇ ନେବାରେ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ ।
Related Stories
December 25, 2024
December 25, 2024