
ଭୁବନେଶ୍ୱର– ଗ୍ୟାସ ପାଇପ୍ ଲାଇନରେ କାମ କରୁଥିବାବେଳେ ଖସିପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କଟକ-ପାରାଦୀପ ରାସ୍ତାର ତାଳଦଣ୍ଡାରେ ମରାମତି ବେଳେ ଅଘଟଣ ଘଟିଛି ।କାମ କରିବା ସ୍ଥଳରେ କୌଣସି କାରଣରୁ ଗ୍ୟାସ୍ ନିର୍ଗତ ହେଉଥିଲା। ଏଥିରେ ପ୍ରଭାବିତ ହୋଇ ପରିମଳ ଗାୟନ ତଳକୁ ଖସିପଡ଼ିଥିଲେ। ସେ ମାଟି ତଳେ ପୋତି ହୋଇଯାଇଥିଲେ। ତେବେ ମାଟି ତଳେ ଫସିଥିବା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମାଟି ତଳ ସମ୍ପ୍ ରୁ ୨ ଘଣ୍ଟା ପରେ ଉଦ୍ଧାର ହୋଇଛି ମୃତଦେହ । କୁଜଙ୍ଗ ତାଳଦଣ୍ଡା ଠାରେ ବିପିସିଏଲଗ୍ୟାସ ପାଇପଲାଇନ ମରାମତି ବେଳେ ଅଘଟଣ ଘଟିଛି। ବିପିସିଏଲ ଗ୍ୟାସ୍ ପାଇପ୍ ଲାଇନ ମରାମତି ବେଳେ ଲିକ୍ ହୋଇଥିଲା ।