ସାଲେପୁର– କେନ୍ଦୁପାଟଣା ଗ୍ରାମପଂଚାୟତ କାର୍ଯ୍ୟାଳୟକୁ ପଂଚାୟତବାସୀ ଯିବା ଆସିବା ପାଇଁ ଏହି କେନାଲ ବନ୍ଧ ରାସ୍ତା ଉପରେ ନିର୍ଭର କରିଥାଆନ୍ତି । କାର୍ଯ୍ୟାଳୟକୁ ଯାଆସ କରିବା ପାଇଁ ଅନ୍ୟ ଏକ ରାସ୍ତା ଥିଲେ ମଧ୍ୟ ଏହି କେନାଲ ବନ୍ଧ ରାସ୍ତାଟିରେ ଅଧିକାଂଶ ଲୋକ ଯାଆସ କରିଥାଆନ୍ତି । ଦୀର୍ଘଦିନ ହେବ ଏହି କେନାଲ ବନ୍ଧ ରାସ୍ତାରେ ପଂଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୨୫ରୁ ୩୦ ଫୁଟ୍ ଦୂରତା ମଧ୍ୟରେ ଏକ ବିରାଟ ଗର୍ତ୍ତ ହୋଇ ସେମିତି ଖୋଲା ପଡିରହିଛି । ଯାତାୟାତ ସମୟରେ ଟିକିଏ ଅସାବଧାନତା କାରଣରୁ ଯଦି କେହି ଗର୍ତ୍ତରେ ପଡେ ତାହାହେଲେ ଉକ୍ତ ବ୍ୟକ୍ତି ଖଣ୍ଡିଆ ଖାବରା ହୋଇ ଗୁରୁତର ଆହତ ହେବା ଘଟଣାକୁ ଏଡାଇ ଦିଆଯାଇ ନପାରେ । ତୁରନ୍ତ ଉକ୍ତ ରାସ୍ତାକୁ ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।
Related Stories
December 22, 2024