ଭୁବନେଶ୍ୱର – ପୋଲାଭରମ ପ୍ରସଙ୍ଗରେ ଓଡିଶାର ସ୍ୱାର୍ଥହାନୀ ହେଉଥିବା ବେଳେ ମୋହନ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ।
ଗୃହ ବାହାରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି ଯେ, ପୋଲାଭରମ ରେ ଓଡ଼ିଶା ବୁଡୁଛି, ଆନ୍ଧ୍ର ହସୁଛି । ରାଜ୍ୟ ସରକାର ଚୁପ୍ ବସିଛନ୍ତି । କେନ୍ଦ୍ର ସରକାର ପୋଲାଭରମ ଉପରେ ଅହେତୁକ ଅନୁକମ୍ପା ଅଜାଡ଼ି ଦେଉଛନ୍ତି । ମୋହନ ସରକାର ନୀରବଦ୍ରଷ୍ଟା ହୋଇଛି । ସେଥିପାଇଁ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଥିଲା । କିନ୍ତୁ ସୁପ୍ରିମକୋର୍ଟର ଆଳ ଦେଖାଇ ଗୃହରେ ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ କରିଦେଲେ । ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଯାଉଛନ୍ତି କିନ୍ତୁ ପୋଲାଭରମ କଥା ଉଠାଉ ନାହାନ୍ତି । ଡବଲ ଇଞ୍ଜିନ ସରକାର ରାଜ୍ୟ ସ୍ବାର୍ଥ ପାଇଁ ଆଗେଇ ଆସୁନାହାନ୍ତି । ଯଦି ସରକାର ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।
Related Stories
December 22, 2024