ଭୁବନେଶ୍ୱର– ପୋଲାଭରମ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ବିରୋଧୀ ମାନେ ଭ୍ରମିତ କରୁଛନ୍ତି ପୋଲାଭରମ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ ଉପରେ ଉତ୍ତର ଦେଇ ବିଜେପି କହିଛି ।
ବିଜେପି ବିଧାୟକ ଅଶୋକ ମହାନ୍ତି ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ, ବିଜେପି ପୋଲାଭରମ ପ୍ରକଳ୍ପ ପାଇଁ ଚିନ୍ତିତ । ଓଡ଼ିଶାର ଗୋଟିଏ ଇଞ୍ଚ ଜମି ଅବୈଧ ଭାବରେ ପୋଲାଭରମକୁ ଦିଆଯିବ ନାହିଁ । ବିରୋଧୀଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ । 24 ବର୍ଷର ପୂର୍ବ ବିଜେଡ଼ି ସରକାରକୁ ସୁଯୋଗ ମିଳିଥିଲା, ଆଲୋଚନା ମାଧ୍ୟମରେ ସମାଧାନ କରିପାରିଥାନ୍ତେ । କିନ୍ତୁ କିଛି ପଦକ୍ଷେପ ନେଲା ନାହିଁ ବିଜେଡ଼ି । କେବଳ ଗୋଟିଏ ଦୁଇଟି ଚିଠି ଲେଖି ଦେଲେ, ସି ବ୍ଲ୍ୟୁ ସି କୁ ଭେଟି ଦେଲେ ସମସ୍ୟାର ସମାଧାନ ହେବ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଥର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି । ବିଜେପି ସରକାର ଓଡ଼ିଶା ସ୍ବାର୍ଥ ରକ୍ଷା ପାଇଁ ବଦ୍ଧ ପରିକର । କେବଳ ନିଜର ରାଜନୈତିକ ରୁଟି ସେକିବା ପାଇଁ କପୋଳକଳ୍ପିତ ଶବ୍ଦ ବ୍ୟବାହର କରୁଛନ୍ତି ବିରୋଧୀ । ଏହାକୁ ରାଜ୍ୟବାସୀ କେବେ ଗ୍ରହଣ କରିବେ ନାହିଁ ।
Related Stories
December 22, 2024