ଭୁବନେଶ୍ୱର– ବିଗତ ୧୦ ବର୍ଷରେ ୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଥିଲେ ରାଜ୍ୟ ସରକାର । କିନ୍ତୁ ୧ ଲକ୍ଷ 5 ହଜାର ୪୪୪ ପିଲାଙ୍କୁ ମିଳିଛି ନିଯୁକ୍ତି । ବିଧାନସଭାରେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ଉତ୍ତର ରଖିଛନ୍ତି । ଗତ ୧୦ ବର୍ଷରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୁଯୋଗ ସୃଷ୍ଟି କାର୍ଯ୍ୟକ୍ରମ ଜରିଆରେ ୧୮ ଲକ୍ଷ ୪୨ ହାଜର ୬୭ ଜଣ ଙ୍କୁ ନିଯୁକ୍ତି ତାଲିମ ପ୍ରଦାନ କରାଯାଇଥିବା ବେଳେ ବିଗତ ପାଞ୍ଚ ବର୍ଷରେ ନିଯୁକ୍ତି ମେଳା ଆୟୋଜନ କରି ମାତ୍ର ୧ ଲକ୍ଷ 5444 ଜଣଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତ । ବଡ଼ କଥା ହେଲା ୨୨୬ ଟି ନିଯୁକ୍ତି ମେଳା ଆୟୋଜନ ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୩ କୋଟି ୮୦ ଲକ୍ଷ ଟଙ୍କା । ସେହିପରି ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଜରିଆରେ ବିଗତ ପାଞ୍ଚ ବର୍ଷରେ ୩୬ ହାଜର ୩୨୯ ଜଣ ଯୁବକ ଯୁବତୀଙ୍କୁ ତାଲିମ ଦିଆଯାଇଥିବା ବେଳେ ମାତ୍ର ୧୫ ହଜାର ୩୮ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବିଗତ ପାଞ୍ଚ ବର୍ଷରେ ୧୨ ଲକ୍ଷ ୧୩ ହଜାର ୯୨୪ ଜଣ ଯୁବକ ଯୁବତୀ ପଞ୍ଜିକରଣ କରି ଚାକରି ଅପେକ୍ଷାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୨୨୭୪ ଜଣଙ୍କୁ ନିଯୁକ୍ତି ଦେଇ ପାରିଛନ୍ତି ରାଜ୍ୟ ସରକାର ।
Related Stories
December 22, 2024