ଭୁବନେଶ୍ୱର – ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ରେ ଆତଙ୍କରାଜ ଖେଳାଇଥିବା ଘଟଣାରେ କମିଶନରେଟ୍ ପୋଲିସ୍ ୩ ମୁଖ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଏସଏ ଲଗାଇଛି । ସେମାନେ ହେଲେ ଚନ୍ଦନ ଦାଶ , ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁର । ସାଧାରଣ ଜୀବନଯାତ୍ର ଓ ଶାନ୍ତିଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ଏନଏସଏ ଲଗାଯାଇଛି ।
ସୂଚନାଯୋଗ୍ୟ ଯେ ଗତ ୧୦ ତାରିଖରେ ମାର୍କେଟ୍ ବିଲ୍ଡିଂରେ ଅଭିଯୁକ୍ତ ମାନେ କିଛି ସହଯୋଗୀଙ୍କ ସହ ମିଶି ବ୍ୟବସାୟୀ ମାନଙ୍କୁ ମାଡ ମାରିବା ସହ ଭଙ୍ଗାରୁଜା କରିଥିଲେ