ମୁମ୍ବାଇ– ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲଗାତର 11ତମ ଥର ନୀତିଗତ ଦରରେ କୌଣସି ପରିବର୍ତ୍ତନ କରିନାହିଁ । ଆରବିଆଇ ରେପୋ ରେଟକୁ 6.50 ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ଆପଣଙ୍କ ଲୋନ ମହଙ୍ଗା ହେବ ନାହିଁ ଏବଂ ଆପଣଙ୍କ ଇଏମଆଇ ବି ବଢିବନାହିଁ । ରିଜର୍ଭ ବ୍ୟାଙ୍କ ଶେଷ ଥର 2023ରେ ରେପୋ ରେଟକୁ 0.25 ପ୍ରତିଶତରୁ ବୃଦ୍ଧି କରି 6.5 ପ୍ରତିଶତ କରିଥିଲା ।
ଆରବିଆଇ ଗଭର୍ଣ୍ଣ ଶକ୍ତିକାନ୍ତ ଦାସ ଶୁକ୍ରବାର ତିନି ଦିବସୀୟ ମୁଦ୍ରା ନୀତି କମିଟିର ଦ୍ୱିମାସିକ ସମୀକ୍ଷା ବୈଠକ ପରେ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, 4:2 ବହୁମତରେ ନୀତିଗତ ରେପୋ ରେଟକୁ 6.50 ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି ।