ରାୟପୁର– ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କାଲି ଦିଲ୍ଲୀ ଗସ୍ତରେ ପହଂଚିଛନ୍ତି । ଏହି ଅବସରରେ ଗତକାଲି ସନ୍ଧ୍ୟାରେ ସେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି । ଡିସେମ୍ବର 13ରେ ଆୟୋଜିତ ହେବାକୁ ଥିବା ବସ୍ତର ଅଲମ୍ପିକର ସମାପନ ଓ ପୋଲିସ ଆୱାର୍ଡ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସେ ଅମିତ ଶାହଙ୍କୁ ଔପଚାରିକ ଭାବେ ନିମନ୍ତ୍ରଣ କରିଛନ୍ତି ଏବଂ ଶାହ ଏହାକୁ ସ୍ୱୀକାର କରିଛନ୍ତି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ ଓ ବିଜୟ ଶର୍ମା ବି ଉପସ୍ଥିତ ଥିଲେ ।