
ଭୁବନେଶ୍ୱର– ବିଶ୍ୱ ମୃତ୍ତିକା ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବିଶ୍ୱ ମୃତିକା ଦିବସରେ ଆସନ୍ତୁ ମାଟି ସଂରକ୍ଷଣର ଗୁରୁତ୍ୱକୁ ଗଭୀର ଭାବେ ବିଶ୍ଲେଷଣ କରିବା। ସୁସ୍ଥ ମାଟି ଖାଦ୍ୟ ସୁରକ୍ଷାକୁ ସମର୍ଥନ କରେ, ଜଳବାୟୁ ପରିବର୍ତ୍ତନ ସହିତ ଲଢିଥାଏ ଏବଂ ଜୀବନକୁ ସୁସ୍ଥ ରଖେ । ଏହାକୁ ଏକ ସବୁଜ ଏବଂ ସୁସ୍ଥ ପୃଥିବୀ ପାଇଁ ପୋଷଣ ଦେବା ।