ଭୁବନେଶ୍ୱର, ୧୫ ସେପ୍ଟେମ୍ବର (ହି.ସ.)- ଗତକାଲି ବିଳମ୍ବିତ ରାତିରେ ନନ୍ଦନକାନନରେ ୧୦ ବର୍ଷ ବୟସ୍କ ହାତୀ ଚନ୍ଦନର ମୃତ୍ୟୁ ଘଟିଛି । ତା’ର ମୃତ୍ୟୁର କାରଣ ଜଣାପଡିନାହିଁ । ହରପିସ୍ ଭୂତାଣୁ ସଂକ୍ରମଣରେ ତା’ର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଏ ସମ୍ପର୍କରେ ସୂଚନା ଦେଇ ନନ୍ଦନକାନନ କର୍ତୃପକ୍ଷ କହିଛନ୍ତି ଯେ, ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଚନ୍ଦନର ମୃତ୍ୟୁ ପରେ ବର୍ତମାନ ନନ୍ଦନକାନନର ହାତୀ ସଂଖ୍ୟା ୬ କୁ ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖ ଠାରୁ ଚନ୍ଦନ ଅସୁସ୍ଥ ଥିଲା ।
Related Stories
November 25, 2024