ଭୁବନେଶ୍ୱର– ୨୦୨୪-୨୫ ଅର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ପାଇଁ ବ୍ୟୟମଞ୍ଜୁରୀ ବିଲ୍ ଆଜି ବିଧାନସଭାରେ ଆଗତ ହେବ। ଏହା ପୂର୍ବରୁ ବୁଧବାର ଗିଲେଟିନ୍ରେ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ବିଧାନସଭାରେ ଗୃହୀତ ହୋଇଛି। ବୁଧବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ପରେ ପାରିତ ହୋଇଛି । ପୂର୍ବରୁ ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଜଦାବି ଆଲୋଚନା ହୋଇ ଗୃହୀତ ହୋଇଛି।
ଉଲ୍ଲେଖନୀୟ ଯେ, ଗତ ୨୬ ତାରିଖରୁ ସପ୍ତଦଶ ବିଧାନସଭାର ଦ୍ଵିତୀୟ ଅଧୂବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିଥିଲେ ।