ନୂଆଦିଲ୍ଲୀ– ସଂସଦର ଉଚ୍ଚ ଗୃହ ରାଜ୍ୟସଭାରେ ଆଜି ପୂର୍ବାହ୍ନ ଶୂନ୍ୟକାଳରେ ସୁଧାଂଶୁ ତ୍ରିବେଦୀଙ୍କ ବୟାନକୁ ନେଇ ହଙ୍ଗାମା ହୋଇଛି । ତ୍ରିବେଦୀ ନିର୍ବାଚନ ଓ ଅଧିବେଶନ ପୂର୍ବରୁ ବିଦେଶୀ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଥିଲେ । ଯାହାକୁ ନେଇ ବିରୋଧୀମାନେ ହଙ୍ଗାମା କରିଛନ୍ତି ।
ତ୍ରିବେଦୀ ଗତ 3ବର୍ଷର ରିପୋର୍ଟ କଥା ଉଠାଇଛନ୍ତି । ସେ କହିଛନ୍ତି ଯେତେବେଳେ ବି ସଂସଦର ଅଧିବେଶନ ଆରମ୍ଭ ହେବାକୁ ଥାଏ, ସେତେବଳେ କୌଣସି ବିଦେଶୀ ରିପୋର୍ଟ ଜାରି ହୋଇଥାଏ । ସେ ଅଭିଯୋଗ କରିଛନ୍ତି ଯେ, ଏହା କେବଳ ସାଧାରଣ ସଂକ୍ରମଣ ନୁହେଁ। ସାଧାରଣ ନିର୍ବାଚନ ପୂର୍ବରୁ କୋଭିଡ୍ ଭ୍ୟାକ୍ସିନ୍ ରିପୋର୍ଟ ଜାରି କରାଗଲା। 20 ଜୁଲାଇ 2023 କୁ ସଂସଦ ସତ୍ର ପୂର୍ବରୁ ମଣିପୁର ହିଂସାର ଭିଡିଓ ଜାରି କରାଗଲା। ବଜେଟ୍ ଅଧିବେଶନ ପୂର୍ବରୁ ହିଣ୍ଡେନବର୍ଗ୍ ରିପୋର୍ଟ ଜାରି କରାଗଲା। ବର୍ତ୍ତମାନ ଅଧିବୋନ ପୂର୍ବରୁ ଏକ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଏକ କୋର୍ଟ ଆଦେଶ ଆସିଛି। ସେ କହିଛନ୍ତି ଯେ, ଯେଉଁ ଲୋକଙ୍କ ହୃଦୟରେ ଭାରତକୁ ନୁଆଁଇବାର ସ୍ବପ୍ନ ଅଛି, ସେମାନେ ଜାଣିଥିବା ଉଚିତ୍ ଯେ, ଏହା ନରେନ୍ଦ୍ର ମୋଦିଙ୍କର ନେତୃତ୍ୱ ଥିବା ଭାରତ । ଭାରତ ସ୍ୱାଭିମାନ ସହିତ ଆଗକୁ ବଢ଼ୁଛି। ଏହା ଉପରେ ସଭାପତି କହିଛନ୍ତି ଯେ, ଏହା ଏକ ଗୁରୁତର ମାମଲା ଅଟେ । ଏହା ପ୍ରତି ସମସ୍ତଙ୍କୁ ଏକତ୍ରିତ ହେବାର ଆବଶ୍ୟକତା ଅଛି।