ପୁରୀ -ବୁଧବାର ସକାଳୁ ଚଳଚଞ୍ଚଳ ବଡଦାଣ୍ଡ । ମେଡିକାଲ ଛକ ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ଦୁଇପାର୍ଶ୍ଵରେ ପୋଲିସ ଛାଉଣୀ ରହିଥିଲା । ପ୍ରସ୍ତୁତ ହୋଇଥିଲା ସମଙ୍ଗ ହେଲିପ୍ଯାଡ । ବାୟୁ ସେନା ହେଲିକପ୍ଟରରେ ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମଙ୍ଗ ହେଲିପ୍ଯାଡରେ ଅବତରଣ କରିବା ପରେ ଶ୍ରୀସେତୁ ଓ ଶ୍ରୀଦାଣ୍ଡ ଦେଇ ସିଂହଦ୍ଵାର ନିକଟରେ ପହଞ୍ଚିଥିଲେ । ସେଠାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ,କୌଳିକ ପଣ୍ଡା ରାଜରତନ ମହାପାତ୍ର ଓ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ଯ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଉପସ୍ଥିତ ରହି ସ୍ବାଗତ କରିଥିଲେ । ବାଇଶିପାହାଚ ଦେଇ ନାଟମଣ୍ଡପ ଦେଇ ଭିତରକାଠ ନିକଟକୁ ଯାଇଥିଲେ । ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଶ୍ରୀମନ୍ଦିରରୁ ଫେରିବା ପରେ ବଡଦାଣ୍ଡ ମେଡିକାଲ ଛକ ଦେଇ ଗୋପବନ୍ଧୁ ଆୟୁର୍ବେଦ କଲେଜର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ । ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ସିଂହଦ୍ଵାର ଓ ବଡଦାଣ୍ଡର ଉଭୟ ପାର୍ଶ୍ଵରେ ହଜାର ହଜାର ଜନତା ଅପେକ୍ଷାରତ ଥିଲେ । ଏହି ଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ,ପୁରୀ ସାଂସଦ ସମ୍ବିତ ପାତ୍ର ଓ ଅନ୍ଯାନ୍ଯ ବରିଷ୍ଠ ଅଧିକାରୀଙ୍କ ସମେତ ସେବାୟତ ମାନେ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନନ୍ଦିଘୋଷ ରଥର ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ ସହରରେ କଡାକଡି ଭାବେ ସୁରକ୍ଷା ଓ ଟ୍ରାଫିକ ବ୍ଯବସ୍ଥା ସହ ସିସିଟିଭି ଲଗାଯାଇଥଲା ।
Related Stories
February 4, 2025