ନୂଆଦିଲ୍ଲୀ– ଉତ୍ତର ପ୍ରଦେଶର ହିଂସା ପ୍ରଭାବିତ ସମ୍ଭଲ ଯିବା ସମୟରେ ବୁଧବାର ଗାଜିପୁର ବର୍ଡରରେ ରୋକାଯିବା ପରେ ରାହୁଲ ଗାନ୍ଧୀ ଦିଲ୍ଲୀ ଫେରିଯାଇଛନ୍ତି । ତାଙ୍କ ସହ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ କଂଗ୍ରେସର ପ୍ରତିନିଧିମଣ୍ଡଳୀ ବି ଥିଲେ । ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ ପୋଲିସ ସହିତ ଏକୁଟିଆ ସମ୍ଭଲ ଯିବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ତାଙ୍କୁ ଏଥିପାଇଁ ମଧ୍ୟ ଅନୁମତି ଦିଆଯାଇନଥିଲା, ଯାହାକି ଅସାମ୍ବିଧାନିକ ଅଟେ । ଲୋକସଭାରେ ବିରୋଧୀ ଦଳ ନେତା ଭାବେ ଏହା ତାଙ୍କର ସାମ୍ବିଧାନିକ ଅଧିକାର ଅଟେ । ଏଥିପାଇଁ ତାଙ୍କୁ ଅନୁମତି ମିଳିବା ଆବଶ୍ୟକ ଥିଲା ।
ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି ଯେ, ରାହୁଲ ସାମ୍ବିଧାନିକ ପଦରେ ଅଛନ୍ତି ଏବଂ ତାଙ୍କର ସାମ୍ବିଧାନିକ ଅଧିକାର ରହିଛି । ତାଙ୍କୁ ପୀଡିତ ପରିବାରକୁ ଭେଟିବା ପାଇଁ ଅନୁମତି ଦିଆଯିବା ଉଚିତ ।