ଭୁବନେଶ୍ୱର– ଭାରତ ରତ୍ନ ଡ଼.ରାଜେନ୍ଦ୍ର ପ୍ରସାଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ପ୍ରଥମ ରାଷ୍ଟ୍ରପତି ଭାରତ ରତ୍ନ ଡ.ରାଜେନ୍ଦ୍ର ପ୍ରସାଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ । ସରଳତା, ସଚ୍ଚୋଟତା ତଥା କର୍ତ୍ତବ୍ୟନିଷ୍ଠାର ପ୍ରତିମୂର୍ତ୍ତି ଡ.ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ସଭାର ଅଧ୍ୟକ୍ଷ ଭାବେ ଭାରତୀୟ ଗଣତନ୍ତ୍ରର ମୂଳଦୁଆକୁ ସୁଦୃଢ କରିଥିଲେ ଏବଂ ଦେଶ ନିର୍ମାଣରେ ଅମୂଲ୍ୟ ଯୋଗଦାନ ଦେଇଥିଲେ । ତାଙ୍କ ଦୂରଦର୍ଶୀ ନେତୃତ୍ୱ ଓ ରାଷ୍ଟ୍ର ପ୍ରତି ଅତୁଟ ପ୍ରତିବଦ୍ଧତା ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ଅନନ୍ତ ପ୍ରେରଣାର ସ୍ରୋତ ଅଟେ । ଆସନ୍ତୁ, ତାଙ୍କ ଆଦର୍ଶ ଓ ବିଚାରର ଆତ୍ମସାତ କରି ଆମେ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଭାରତର ନିର୍ମାଣରେ ନିଜ ଭୂମିକା ନିଭାଇବା ।
Related Stories
December 4, 2024