ଭୁବନେଶ୍ୱର – ପୋଲାଭରମ ପ୍ରସଙ୍ଗରେ ଅଧିକ ତଥ୍ୟ ସଂଗ୍ରହ ଓ ଦାବି ଉପସ୍ଥାପନ ପାଇଁ ବିଜେଡିର ୭ ଜଣିଆ ଟିମ ଆଜି ଦିଲ୍ଲୀ ଗସ୍ତ କରିବ । ୫ ତାରିଖ ଯାଏଁ ଦିଲ୍ଲୀରେ ସେଣ୍ଟ୍ରାଲ ୱାଟର କମିଶନ, ଜଳଶକ୍ତି ମନ୍ତ୍ରାଳୟ, ଆଦିବାସୀ ବ୍ୟାପାର ବିଭାଗକୁ ସ୍ମାରକପତ୍ର ଦେବ ଦଳ । ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ ଏହି ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଯେ ଓଡିଶାରୁ ଯିବେ ୭ ଜଣିଆ ଟିମ୍ ଦିଲ୍ଲୀ ଅଭିମୁଖେ ଯିବେ । ସେଠାରେ ସାତ ଜଣ ସାଂସଦ ମଧ୍ଯ ଏହି ଟିମ ସହ ସାମିଲ ହେବେ । କମିଟିରେ ଦେବୀ ପ୍ରସାଦ ମିଶ୍ର, ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ପୂର୍ବତନ ବିଧାୟକ ମାନସ ମାଡକାମୀ ପ୍ରମୁଖ ରହିଛନ୍ତି । ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୫ ହଜାର କୋଟିର ସହାୟତା ଦେଇଛନ୍ତି ।
Related Stories
December 4, 2024