ବଲାଙ୍ଗିର– ଜୁଏଲାରୀକୁ ଟ୍ରକ୍ ମାଡିଯାଇ ସିକ୍ୟୁରିଟି ଗାର୍ଡ଼ ମୃତ୍ୟୁ ଘଟଣାକୁ ନେଇ ଉତେଜନା ପ୍ରକାଶ ପାଇଛି । ଉତ୍ୟେକ୍ତ ଲୋକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ରାସ୍ତାରୋକ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ପୋଲିସ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିବା ବେଳେ ସେଠାରେ ପୋଲିସ ସହ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ହୋଇଛି ।
ଗତକାଲି ରାତି ପ୍ରାୟ ସାଢ଼େ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଟାଉନ୍ ଥାନା ଅନ୍ତର୍ଗତ ପାଟଣା ଛକ ନିକଟରେ ଟ୍ରକ୍ ଟି ଭାରସାମ୍ୟ ହରାଇ ଜୁଏଲାରୀ ଦୋକାନକୁ ମାଡିଯିବା ଫଳରେ ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡ଼ ସିଦ୍ଧାନ୍ତ ପ୍ରଧାନ (୨୮)ଙ୍କ ମୃତ୍ୟୁ ଘଟିଥିଲା ।
Related Stories
December 4, 2024