ପୁରୀ– ଡିସେମ୍ବର ୪ ତାରିଖ ନୌସେନା ଦିବସ ପାଳନ ନିମନ୍ତେ ପୁରୀ ବେଳାଭୂମିରେ ଚାଲିଛି ଜୋରଦାର୍ ପ୍ରସ୍ତୁତି । ସମଗ୍ର ବିଶ୍ୱ ଦେଖିବ ନୌବୀରଙ୍କ ବୀରତ୍ୱ । ନୌସେନା ଦିବସ ଉପଲକ୍ଷେ ପୁରୀ ବିଚ୍ ରେ ଆଜି ମଧ୍ୟ ଫୁଲଡ୍ରେସ୍ ରିହର୍ସଲ ଅନୁଷ୍ଠିତ ହେବ । ସମୁଦ୍ର ଭିତରେ ଓ ଆକାଶ ମାର୍ଗରେ ପ୍ରଦର୍ଶିତ ହେବ ଯୁଦ୍ଧ କୌଶଳ । ନୌବୀର ଏବଂ ପାରାଟ୍ରୁପର ମାନଙ୍କ ଯୁଦ୍ଧ କୌଶଳରେ ପ୍ରକମ୍ପିତ ହୋଇଉଠିବ ଗଗନ ପବନ ।
ଗତକାଲି ପ୍ରଥମ ଦିନର ଫୁଲଡ୍ରେସ୍ ରିହର୍ସଲ କରାଯାଇଥିଲା । ଆଜି ମଧ୍ୟ ଫୁଲଡ୍ରେସ୍ ରିହର୍ସଲ ଅନୁଷ୍ଠିତ ହେବ । ଡିସେମ୍ବର ୪ ତାରିଖରେ ଚିତାକର୍ଷକ ସୋ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜଳ ଓ ଆକାଶ ମାର୍ଗରେ ରଣ କୌଶଳ ଦେଖାଇବେ ୧୫ଟି ୱାରସିପ୍ ଓ ୪୦ଟି ଏୟାରକ୍ରାଫ୍ଟ । ଭାରତୀୟ ନୌସେନା ଓ ବାୟୁସେନା ପକ୍ଷରୁ ପ୍ରଦର୍ଶିତ ହେବ ଆକର୍ଷଣୀୟ ଯୁଦ୍ଧ କଳା କୌଶଳ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଏବଂ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅତିଥି ଭାବେ ଯୋଗଦେବେ । ଗଜପତି ମହାରାଜାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।
Related Stories
December 3, 2024