ଗଞାମ– ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶୀତ ଦିନେ ଲାଗି ରହିଥିବା ବର୍ଷା ଥଣ୍ଡା ଜଳବାୟରୁ ରକ୍ଷା ପାଇଁ ସଚେତନ କରିଥିଲେ। ବରିଷ୍ଠ ଡାକ୍ତର ନକୁଳ ସାହୁ କହିଲେ ଏହି ପାଗରେ ସର୍ଦ୍ଦି, କଫ, ଜ୍ୱର, ଶ୍ୱାସ ଓ ଭୂତାଣୁ ଜନ୍ୟ ରୋଗ ଦେଖାଯାଉଛି। ନିରାକରଣ ପାଇଁ ବର୍ଷାରେ ଭିଜନ୍ତୁ ନାହିଁ, ଉଷ୍ଣ ବସ୍ତ୍ର ଓ ଟୋପି ପିନ୍ଧନ୍ତୁ। ଉଷ୍ଣ ଜଳ ସ୍ନାନ ଓ ପାନ କରନ୍ତୁ। ତୁଳସୀ ରସ, ଅଦା ରସ, ପିପ୍ପଳୀ ଚୂର୍ଣ୍ଣ, ଖାଆନ୍ତୁ। ପ୍ରବଳ ମଶା ହେଉଛି ଘରେ ଝୁଣା ଧୂପ ଦିଅନ୍ତୁ, ମଶାରୀ ଟାଣନ୍ତୁ। ଜ୍ୱର ହେଲେ ମୁଥା, କୁରୁବେଲି, ତୁଳସୀ, ଡାଲଚିନି, ଶୁଣ୍ଠି, କଳାମରିଚ, ସିଝା ପାଣି ଦିନରେ ତିନି ଥର ପିଅନ୍ତୁ। ଥଣ୍ଡା ପାଇଁ କର୍ପୂର ଶୁଙ୍ଘିବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ।