ନୂଆଦିଲ୍ଲୀ– ସୋମବାର ବିଜେପି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚନ ଉପରେ ଦୃଷ୍ଟି ଦେବା ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରିଛି ।
କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତିକୁ ମଂଜୁରୀ ଦେବା ସହିତ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମହାରାଷ୍ଟ୍ର ସରକାର ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏବେ ସୀତାରମଣ ଓ ବିଜୟ ରୂପାଣୀଙ୍କ ତଦାରଖରେ ଡିସେମ୍ବର 4ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଓ ବିଜେପି ବିଧାୟକ ଦଳ ନେତା ବଛାଯିବ । ବିଜେପି ପୂର୍ବରୁ ଘୋଷଣା କରିଛି ଯେ, ଡିସେମ୍ବର 5ରେ ନୂଆ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆଜାଦ ମୈଦାନରେ ସନ୍ଧ୍ୟା 5ଟାରେ ଶପଥ ନେବେ ।