ଜୟପୁର– ମହିଳାଙ୍କୁ ଯୌତୁକ ପାଇଁ ଶାରିରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ମହିଳା ପୋଲିସ ନବରଙ୍ଗପରୁ ଜିଲା ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର କାଦାର ଖାନ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂଚନା ଅନୁଯାୟୀ ବିସିଂପୁର ଥାନା ଅନ୍ତର୍ଗତ ରତାଳି ଗ୍ରାମର ସୁଭନ ବିବି ଗତ ୨୦୧୫ ମସିହାରେ ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର କାଦାର ଖାନ ବିବାହ କରିଥିଲେ । ଅଭିଯୁକ୍ତ ସ୍ୱାମୀ ଯୌତୁକ ପାଇ ଶାରିରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ୨୧୪/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ମହିଳା ଥାନା ଅଧିକାରି ଅନିତା କୁଜୁର ସୂଚନା ଦେଇଛନ୍ତି ।