ଜୟପୁର ,କାଗଜ କଳ କୁ ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ଦାବିରେ ରାଜ୍ୟ ସରକାର ଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଲୋଡି ଶ୍ରମିକ ସଂଘ ଓ ଅବସରପ୍ରାପ୍ତ ଶ୍ରମିକ ମାନେ ଆସନ୍ତା ଡିସେମ୍ବର ୧୬ ତାରିଖରୁ ବିଧାନ ସଭା ଆଗରେ ଧାରଣା ରେ ବିସିବେ । କାରଖାନା ଜୁଲାଇ ମାସ ରୁ ବନ୍ଦ ରହିଛି । ଯେହେତୁ ମେସିନ୍ ଓ କଳ କବଜା ରେ ପ୍ଳାଷ୍ଟିକ୍ ଗୁଡେଇ ରଖୁଛନ୍ତି ତେଣୁ ପ୍ରତୀୟମାନ ହେଉଛି ଯେ ଆଗାମୀ ଦୁଇ ତିନି ମାସରେ କାରଖାନା ଚାଲିବାର ନାହିଁ । ଶ୍ରମିକ ମାନଙ୍କୁ ଛ’ ମାସ ହେଲା ଦରମା ନାହିଁ, ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ସମସ୍ୟା ଅତ୍ୟନ୍ତ ଖରାପ ।
ସେଥିପାଇଁ ଧାରଣା କାଳରେ ରାଜ୍ୟ ମୁଖ୍ୟ ଶାସନ ସଚିବ , ଶିଳ୍ପ ଓ ଶ୍ରମ ମନ୍ତ୍ରୀ ଙ୍କୁ ଏଆଇଟିୟୁସି ରାଜ୍ୟ ନେତୃତ୍ବ ସହ ସାକ୍ଷାତ କରି ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ସାକ୍ଷାତ କରିବା ପାଇଁ ଉଦ୍ଦେଶ୍ୟ ରହିଛି । ସଂଘ ପକ୍ଷରୁ କୁହାଯାଇଛି ଯେ ଜୟପୁର ଜଗନ୍ନାଥ ସାଗର, ନୀଳକଣ୍ଠ ସାଗର ଓ କାଗଜ କଳ ବିଷୟ କୁ ନେଇ ବ୍ୟାପକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ ଶ୍ରମିକ ସଂଘ ସଭାପତି ଶ୍ରୀ ପ୍ରମୋଦ କୁମାର ମହାନ୍ତି କହିଛନ୍ତି । ବରିଷ୍ଠ ଶ୍ରମିକ ନେତା ଶ୍ରୀ ବସନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ସଭା ଆରମ୍ଭ ହୋଇ ଥିଲା ଏବଂ ସର୍ବଶ୍ରୀ ସୁବାଷ ବେହେରା,ସରୋଜ ପଣ୍ଡା, ପ୍ରହଲ୍ଲାଦ ମଲ୍ଲିକ ,କେ ସତ୍ୟନାରାୟଣା, ଅଲେଖ ପାତ୍ର ପ୍ରମୁଖ ମତ ରଖିଥିଲେ।