କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଆଦିତ୍ଯ ବାହିନୀର ଆଦିତ୍ଯ ଚିକିତ୍ସା କେନ୍ଦ୍ର ଓ ଓଡିଶା ସ୍ବାସ୍ଥ୍ୟ ସଂଘ ତରଫରୁ ଏକ ଦୁଇ ଦିନିଆ ରାଷ୍ଟ୍ରୀୟ ମର୍ମଚିକିତ୍ସା ସମ୍ମିଳନୀ ସ୍ଥାନୀୟ ଗୋବର୍ଦ୍ଧନ ମଠ ପରିସରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସ୍ବାସ୍ଥ୍ୟସଂଘ ର ଅଧ୍ୟକ୍ଷ ଦୀନଦୟାଲ କୋଏଲଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ରାଷ୍ଟ୍ରିୟ ସମ୍ମିଳନୀ କୁ ପୂଜ୍ଯ ସନ୍ଥ ଚନ୍ଦ୍ର ଭୂଷଣ ପାଠକ ଜୀ, ଆଦିତ୍ଯ ବାହିନୀର ଉପାଧ୍ୟକ୍ଷ ସୁୟସ ପ୍ରଶାନ୍ତ ଓ ପ୍ରାକ୍ତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଉଦ୍ଘାଟନ କରିଥିଲେ । ଏହି ସମ୍ମିଳନୀରେ କେରଳ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ସମେତ ୧୦ଟି ପ୍ରଦେଶରୁ ୩୦୦ ମର୍ମ ଚିକିତ୍ସକ ଭାଗ ନେଇଛନ୍ତି ବୋଲି ସଂଘ ସଚିବ ଶ୍ରୀ ସୌମିତ୍ର ଦାସ ସୂଚନା ଦେଇଥିଲେ । ସମାଜକୁ ମର୍ମ ଚିକିତ୍ସା ନିଶୁଳ୍କ ସେବା ପ୍ରଦାନ କରୁଥିବା ସ୍ବାସ୍ଥ୍ୟ ସଂଘ ଅନେକ ତଥ୍ଯ ଭିତିକ ପ୍ରଦର୍ଶନୀ ମଧ୍ଯ ପ୍ରସ୍ତୁତ କରିଛନ୍ତି । ଆଦିତ୍ୟ ଚିକିତ୍ସା କେନ୍ଦ୍ରର ସଂଚାଳିକା ଦିପ୍ତୀମୟୀ ଦାସ ସଂଯୋଜନା କରିଥିଲେ |ଏହି ସମ୍ମିଳନି ରବିବାର ପର୍ଯ୍ୟନ୍ତ ବୋଲି ମୂଖ୍ୟ ସଂଯୋଜକ ଶ୍ରୀ ହରେକୃଷ୍ଣ ଖୁଣ୍ଟିଆ ଏବଂ ଗଣମାଧ୍ୟମ ସଚିବ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି l
Related Stories
December 3, 2024