ଚଣ୍ଡିଗଡ– ପଂଜାବ ପୋଲିସର ହେପାଜତରୁ ଶୁକ୍ରବାର ବିଳମ୍ବିତ ରାତିରେ ମୁକ୍ତ ହେବା ପରେ ଚାଷୀ ନେତା ଜଗଜିତ ସିଂହ ଡଲ୍ଲେୱାଲ ଖନୌରୀ ବର୍ଡରରେ ପହଂଚିଛନ୍ତି । ସେ ଆଜି ସକାଳେ ଖନୌରୀ ବର୍ଡରରେ ଆମରଣ ଅନଶନରେ ବସିଛନ୍ତି । ସେ ପହଂଚିବା ପରେ ଚାଷୀମାନେ ପୁଣି ଥରେ ଧାରଣା ଦେଇଛନ୍ତି ।
ଚାଷୀ ନେତାଙ୍କ ମୁତାବକ କେନ୍ଦ୍ର ସରକାର ନିକଟରେ ଆଲୋଚନା ପାଇଁ 5ଦିନ ସମୟ ରହିଛି । ଡିସେମ୍ବର 6ରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଚାଷୀ ଦିଲ୍ଲୀ ଯିବେ । ଚାଷୀ ନେତା ସରୱନ ସିଂହ ପନ୍ଧେର କହିଛନ୍ତି ଯେ, ଡଲ୍ଲେୱାଲ ଖନୌରୀ ବର୍ଡରରେ ପହଂଚିଛନ୍ତି । ଏଥିପାଇଁ ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘର ଘେରାଉ ନିଷ୍ପତିକୁ ଟାଳିଦିଆଯାଇଛି ।