ଭୁବନେଶ୍ୱର– ସର୍ବଭାରତୀୟ ଡିଜି-ଆଇଜି ବୈଠକକୁ ପୁଣିଥରେ ଖଲିସ୍ତାନୀ ଆତଙ୍କ ପନ୍ନୁର ଟାର୍ଗେଟ। ପ୍ରଥମେ ବୈଠକ ଆରମ୍ଭ ହେବାର ଦିନକ ପୂର୍ବରୁ ଧମକ ଦେଇଥିଲା ପନ୍ନୁ। ଏବେ ବୈଠକର ଦ୍ବିତୀୟ ଦିନରେ ପୁଣିଥରେ ଧମକ ଦେଲା ପନ୍ନୁ। ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଛି। ଇ-ମେଲରେ ପଠାଇଥିବା ଅଡ଼ିଓ ମେସେଜରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯିବା ସହ ମେଲ୍ରେ ଏକ ଅଡିଓ ମେସେଜ୍ ଆସିଛି। ଏଥିରେ ଡିଜି-ଆଇଜିପି ସମ୍ମିଳନୀକୁ ୧ତାରିଖରେ ଭଣ୍ଡୁର କରିବା ଲାଗି ଧମକ ଦିଆଯାଇଛି। ଯିଏ ଖାଲିସ୍ତାନୀ ପତାକା ଉଡ଼ାଇବ, ତାକୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଅଡିଓରେ କହିଛି ପନ୍ନୁ।ଆଜି ସକାଳ ୯ ଟା ୪ମିନିଟ୍ ସମୟରେ ଏହି ଧମକ ପୂର୍ଣ୍ଣ ଇ-ମେଲ୍ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଛି।ହେଲେ ଏଠି ପ୍ରଶ୍ନ ଉଠିଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ମେସେଜରେ ଓଡ଼ିଆରେ ଥମ୍ବନେଲ୍ ଲେଖାଯାଇଛି । ପନ୍ନୁର ଅଡ଼ିଓକୁ ଓଡ଼ିଆରେ ଅନୁବାଦ କରାଯାଇଛି । ରାଜ୍ୟରେ ଖଲିସ୍ତାନୀ ଆତଙ୍କୀଙ୍କ ସ୍ଲିପର ସେଲ ଚାଲିଛି ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ବରିଷ୍ଟ ସାମ୍ୱାଦିକ ଅକ୍ଷୟ ସାହୁ। ଏନେଇ ଅକ୍ଷୟ ସାହୁ କମିଶନରେଟ୍ ପୁଲିସକୁ ମେଲ୍ ମାଧ୍ୟମରେ ଏଫଆଇଆର ପ୍ରଦାନ କରିଛନ୍ତି ।