ଲକ୍ଷ୍ନୌ– ଉତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ସମ୍ଭଲ ହିଂସାର ନ୍ୟାୟିକ ତଦନ୍ତ କରିବା ପାଇଁ ନିଷ୍ପତି ନେଇଛନ୍ତି । ସରକାର ଏଥିପାଇଁ ତିନି ସଦସ୍ୟ ବିଶିଷ୍ଟ ନ୍ୟାୟିକ କମିଶନର ଗଠନ କରିଛନ୍ତି । ଏହି ସଂପର୍କର ଅଧିସୂଚନା ଜାରି କରାଯାଇଛି । ଜଷ୍ଟିସ ଡିକେ ଅରୋଡାଙ୍କ ନେତୃତ୍ୱରେ କମିଶନ ଦୁଇମାସରେ ନିଜ ତଦନ୍ତ ରିପୋର୍ଟ ସରକାରଙ୍କୁ ଦେବେ ।
କମିଶନରେ ଜଷ୍ଟିସ ଅରୋଡାଙ୍କ ବ୍ୟତୀତ ସେବାନିବୃତ ଆଇଏଏସ ଅଧିକାରୀ ଅମିତ ମୋହନ ପ୍ରସାଦ ଓ ପୂର୍ବତନ ଡିଜିପି ଏକେ ଜୈନ ସାମିଲ ଅଛନ୍ତି । ସମ୍ଭଲରେ ଜାମା ମସଜିଦର ସର୍ଭେ କରିବା ପାଇଁ ଯାଇଥିବା ଟିମ ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ କଣ ବ୍ୟବସ୍ଥା କରାଯାଇଛି, ଏହାର ବି ଯାଂଚ କରାଯିବ ।