ଭୁବନେଶ୍ୱର– ଗନ୍ଧମାର୍ଦ୍ଦନ ପର୍ବତକୁ ନେଇ ବିରୋଧୀଙ୍କ ଅପପ୍ରଚାର ଓ ଗୃହ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବକ୍ତବ୍ୟ ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଗନ୍ଧମାର୍ଦ୍ଦନ ପର୍ବତ ଐତିହସିକ ଓ ପୌରାଣିକ ହେବା ସାଙ୍ଗରେ ଓଡ଼ିଶାର ଅଗଣିତ ଜନସାଧାରଣଙ୍କ ଭାବାବେଗ ସହିତ ଜଡିତ । ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଗୃହ ଭିତରେ ଏବଂ ବାହାରେ ଅପପ୍ରଚାରକୁ ଆମେ ନିନ୍ଦା କରୁଛୁ। ଲୋକଙ୍କ ଭାବାବେଗକୁ ଆହତ କରିବା ଭଳିଆ କୌଣସି ପ୍ରକାର ପଦକ୍ଷେପ ଏ ସରକାର କେବେ ମଧ୍ୟ ଗ୍ରହଣ କରିବେ ନାହିଁ ବୋଲି ସୁରେଶ ପୂଜାରୀ କହିଛନ୍ତି ।