ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସଂଧ୍ୟାରେ ଭୁବନେଶ୍ୱରରେ ହେବାକୁ ଯାଉଥିବା ଡିଜିପି ସମ୍ମିଳନୀ ପାଇଁ ଆଜି ଲୋକସେବା ଭବନର କନଭେନସନ୍ ହଲରେ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି ସମ୍ମିଳନୀରେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଯୋଗଦେବେ। ସ୍ୱାଧୀନତା ପରେ ରାଜ୍ୟରେ ପ୍ରଥମ ଥର ପାଇଁ ହେବାକୁ ଯାଉଥିବା ଏହି ସମ୍ମିଳନୀ ପାଇଁ ଭିତ୍ତିଭୂମି ଏବଂ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ନିମନ୍ତେ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।
Related Stories
November 28, 2024