ଭୁବନେଶ୍ୱର– କ୍ରୀଡାବିତଙ୍କ ବିକାଶ ଓ ଭିତିଭୂମିର ବିକାଶ କେବଳ ରାଜଧାନୀରେ ରହିଲେ ହେବ ନାହିଁ ବରଂ ଗ୍ରାମାଞ୍ଚଳରେ ପହଞ୍ଚିବାକୁ ପଡ଼ିବ । କ୍ରୀଡାବିତ୍ ମାନଙ୍କୁ ଯେଉଁ ଆନୁଷଙ୍ଗିକ ଭାବରେ ସୁବିଧା ଯୋଗାଇବା କଥା ସେଥିରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରୁଛନ୍ତି ରାଜ୍ୟସରକାର । ଏନେଇ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି ଉତ୍ସାହ କାର୍ଯ୍ୟକ୍ରମ ପିଲାଙ୍କ ମଧ୍ୟରେ ଭରି ଦେଇଛି ଉତ୍ସାହ। ବଣ ମଲ୍ଲି ବଣରେ ଫୁଟି ମଉଳି ନଯାଉ ତାହା ମହକ ଦେଶ ଦେଖୁ ଏହା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। କ୍ରୀଡା ପ୍ରତିଭା ଗ୍ରାମାଞ୍ଚଳ ପିଲାଙ୍କ ପାଖରେ ରହିଛି । ସେମାନଙ୍କ ପାଖରେ ସରକାର ପହଂଚିଛନ୍ତି,ସରକାର ତାଙ୍କର ପରିବାର,ସରକାର ତାଙ୍କର ଅଭିଭାବକ। ସେମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଭାକୁ ଉନ୍ମେଷ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶାରେ ହେବ କ୍ରୀଡାର ପାୱାର ହାଉସ। ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରରେ ଥିବା ପିଲା ମାନଙ୍କ ମଧ୍ୟରେ ଏହି ପ୍ରତିଭାକୁ ଜାଗ୍ରତ ନ କରିବା ପର୍ଯ୍ୟନ୍ତ ପାୱାର ହାଉସରେ ପରିଣତ ହୋଇ ପାରିବ ନାହିଁ । ଏହି କାର୍ଯ୍ୟକ୍ରମ ଏକ ଉଦାହରଣ ସାଜିବ।
ବିଜେପି ସରକାରକୁ ଆସିବା ପରେ କ୍ରୀଡ଼ା ଇଭେଣ୍ଟ ଭାବରେ ରଖାଯାଇନାହିଁ । କ୍ରୀଡା ଯେଉଁଭଳି ଭାବରେ ଉପାନ୍ତ ,ସୀମାନ୍ତକୁ ପହଞ୍ଚିପାରିବ ଓ ସମସ୍ତେ ଏହାର ଉପଲବ୍ଧି ପାଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି। କ୍ରୀଡାବିତଙ୍କ ବିକାଶ ଓ ଭିତିଭୂମିର ବିକାଶ କେବଳ ରାଜଧାନୀରେ ରହିଲେ ହେବ ନାହିଁ ବରଂ ଗ୍ରାମାଞ୍ଚଳରେ ପହଞ୍ଚିବାକୁ ପଡ଼ିବ । କ୍ରୀଡାବିତ୍ ମାନଙ୍କୁ ଯେଉଁ ଆନୁଷଙ୍ଗିକ ଭାବରେ ସୁବିଧା ଯୋଗାଇବା କଥା ସେଥିରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।