ଭୁବନେଶ୍ୱର– ସତ୍ୟବାଦୀ ଦେଇ ଯାଉଥିବା ନଦୀ ଗୁଡିକରେ କଲିକତି ଓ ଚିଙ୍ଗୁଡ଼ିଆ ଦଳ ଯୋଗୁଁ ଫସଲ ନଷ୍ଟ ହେଉଥିବାରୁ, ଶୂନ୍ୟ ଜଳପ୍ଲାବନ ନେଇ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କରିଥିଲେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର । ସେପଟେ ଏହା କେବଳ ସତ୍ୟବାଦୀ ନୁହେଁ, ସାରା ଉପକୂଳ ଓଡ଼ିଶାର ସମସ୍ୟା ବୋଲି କହି ଆଳି ବିଧାୟକ ପ୍ରତାପ ଦେବ ଗୃହରେ ଉଦବେଗ ପ୍ରକାଶ କରିଥିଲେ । ଜଳ ସମ୍ପଦ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ କଳିକତି ଓ ଚିଙ୍ଗୁଡ଼ିଆ ଦଳ ଉପକୂଳ ଓଡ଼ିଶାର ବଡ଼ ସମସ୍ୟା । ଯାହା ଜଳ ନିଷ୍କାସନରେ ବାଧକ ହେଉଛି । ହେଲେ କଲିକତି ଓ ଚିଙ୍ଗୁଡ଼ିଆ ଦଳ ଯେତେ ହଟାଇଲେ ବି ଦୁଇ ମାସରେ ପୁଣି ଆସିଯାଏ । ଏଥିପାଇଁ ନାଳ ଉନ୍ନତିକରଣ ଯୋଜନାରେ 330 କୋଟି ବ୍ୟୟ ଅଟକାଳ ମାଧ୍ୟମରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
Related Stories
November 28, 2024