
ଭୁବନେଶ୍ୱର– ନୟାଗଡ ଜିଲ୍ଲାର ଜଳ ନିଷ୍କାସନ ସମସ୍ୟା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ,ନୟାଗଡ ଜିଲ୍ଲାକୁ ମୋହନ ମାଝୀ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବେ । କେବଳ ନୟାଗଡ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଅନ୍ୟ ଜିଲ୍ଲା ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ବାଚସ୍ପତି କହିଥିଲେ, ଏହାକୁ ଅନ୍ୟଥା ନ ନିଆଯାଉ ।