ଭୁବନେଶ୍ୱର– ବିଷାକ୍ତ ଖାଦ୍ୟ ଖାଇ 10 ନର୍ସିଂ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଏକ ଘରୋଇ ନର୍ସିଂ କଲେଜ ହଷ୍ଟେଲର 10ଜଣ ଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଲିଙ୍ଗରାଜ ବିଏମସି ହସ୍ପିଟାଲରେ ସେମାନଙ୍କୁ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । ଗତକାଲି ରାତିରେ ବିଷାକ୍ତ ଖାଦ୍ୟ ଖାଇଥିବା ଅନୁମାନ କରାଯାଉଛି ।ଆଜି ସକାଳ 9ଟାରେ ୧୨ ଜଣ ଅସୁସ୍ଥ ହୋଇ ହସ୍ପିଟାଲ ଆସିଥିଲେ। ୨ ଜଣଙ୍କୁ ଓରାଲ ଟ୍ରିଟମେଣ୍ଟ ଦେଇ ଅଵଜେବରଶଭନ ଅଛନ୍ତି । ଗତକାଲି ରାତିରେ ହଷ୍ଟେଲରେ ଖାଦ୍ୟରେ କଣ ସମସ୍ୟା ଥିଲା ବୋଲି ନ ଖାଇ ବାହାରୁ ଖାଦ୍ୟ ମଗାଇ ଖାଇଥିଲେ। ଅନ୍ୟ ପଟେ କିଛି ପିଲାଙ୍କ କହିବା କଥା ଡାଲିରେ ପୋକ ପଡିଥିଲା। ତେଣୁ ସେଥିପାଇଁ ଅସୁସ୍ଥ ହୋଇଥିବା ସନ୍ଦେହକରାଯାଉଛି । ବାନ୍ତି ଝାଡ଼ା ସହ ପିଲାଙ୍କ ପେଟରେ ଯନ୍ତ୍ରଣା ହେଉଥିଲା। ଏବେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।
Related Stories
November 28, 2024
November 28, 2024