
ଭୁବନେଶ୍ୱର– ପୂର୍ବ ତଟ ରେଳବାଇରୁ ୱାଲଟିୟର ଜୋନକୁ ଅଲଗା କରି ନୂଆ ଡିଭିଜନ କରାଯିବାକୁ ବିଜେଡି ବିଧାୟକ ମାନେ ବିରୋଧ କରିଛନ୍ତି । ଏହା ବିରୁଦ୍ଧରେ ଦଳ ମତ ନିର୍ବିଶେଷରେ ସମସ୍ତେ ସ୍ୱର ଉତୋଳନ କରିବା ଆବଶ୍ୟକ ବୋଲି ବିଜେଡି ବିଧାୟକ ଶାରଦା ପ୍ରସନ୍ନ ଜେନା ଓ ଗୌତମ ବୁଦ୍ଧ ଦାସ ଦାବି କରିଛନ୍ତି ।
ଆଜି ଶୂନ୍ୟକାଳରେ ହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ଶାରଦା ପ୍ରସନ୍ନ ଜେନା କହିଛନ୍ତି ଯେ କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଖୁସି କରିବାକୁ ଯାଇ ପୂର୍ବତଟ ରେଳବାଇରୁ ୱାଲଟିୟର ଜୋନକୁ ଅଲଗା କରି ନୂତନ ଜୋନ ସ୍ଥାପନା କରିବାକୁ ନିଷ୍ପତି ନେଇଛନ୍ତି । ଏହା ଦ୍ୱାରା ପୂର୍ବତଟ ରେଳବାଇର ପରିସୀମା ସଂକୁଚିତ ହୋଇଛି । ଏହା ଦ୍ୱାରା ପୂର୍ବ ତଟ ରେଳବାଇର ଲାଭ ମଧ୍ୟ କମି ଯିବ । ଏହା ଦ୍ୱାରା ରାଜ୍ୟର ସ୍ୱାର୍ଥର ହାନି ହେଉଥିବା କାରଣରୁ ଏହି ନିଷ୍ପତିର ବିରୋଧ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ମଧ୍ୟ ଶ୍ରୀ ଜେନାଙ୍କ ଦାବିକୁ ସମର୍ଥନ ଜଣାଇଥିଲେ ।