ଗଂଜାମ – ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୫ ତାରିଖରେ ଜାତୀୟ ମତଦାତା ଦିବସ ଜିଲ୍ଲା ସ୍ତରରେ ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା । ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଚୂଡ଼ାନ୍ତ ଭୋଟର ତାଲିକା ତା ୭.୨.୨୦୨୦ରିଖ ଦିନ ପ୍ରକାଶ ପାଇବ । ନୂତନ ଭାବେ ପଞ୍ଜିକୃତ ହୋଇଥିବା ମତଦାତା ଯେପରି ମତଦାନରୁ ବଂଚିତ ହେବେନାହିଁ ସେଥିପ୍ରତି ସତର୍କ ଦୃଷ୍ଟି ଦିଆଯିବ । ୨୫ ତାରିଖ ସକାଳ ୮ ଘଟିକା ସମୟରେ ଜନସାଧାରଣଙ୍କ ସଚେତନତା ନିମନ୍ତେ ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ହାତରେ ପ୍ଲା କାଡର଼୍ ଧରି ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁÂିତ ହେବାକୁ ଥିବା ସଭାସ୍ଥଳରେ ପହଂଚିବେ । ପୂର୍ବରୁ ଅନୁÂିତ ବିଭିନନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଉପଖଣ୍ଡ ସ୍ତରରେ ଜାତୀୟ ମତାତା ଦିବସକୁ ପୃଥକ ଭାବେ ପାଳନ କରାଯିବ ଏଂ ବୁଥ୍ ସ୍ତରରେ ପ୍ରତ୍ରେକ ବି.ଏଲ.ଓ ସମ୍ପୃକ୍ତ ବୁଥ୍ରେ ରହି କେଉଁ ମାନଙ୍କର ନାମ ନୂତନ ଭାବେ ପଂଜିକୃତ ହେଲା ତାହା ଜଣାଇବେ । ଶେଷରେ ଡେପୁଟି କଲେକ୍ଟର ଡ. ବିଜୟାନନ୍ଦ ସେଠୀ ଦିବସର ତାପôର୍ଯ୍ୟ ବିଷୟରେ ବୁଝାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 24, 2024
November 24, 2024