ଭୁବନେଶ୍ୱର – ବିଗତ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଅନେକ ଯୁଗାନ୍ତକାରୀ ପରିବର୍ତନ ଆଣିଛନ୍ତି । କପଡ଼ା ଓ ପୋଷାକ ଶିଳ୍ପ ନିମନ୍ତେ ବହୁ ସଂଖ୍ୟାରେ ଗୁରବତା ସମ୍ପନ୍ନ କୁଶଳୀ ଦକ୍ଷ ମାନବ ସମ୍ବଳ କାର୍ଯ୍ୟାବଳୀ ଓଡ଼ିଶାରେ ଉପଲବ୍ଧ ବୋଲି ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି ।
ବାଙ୍ଗାଲୁରସ୍ଥିତ ତାଜ ୱେଷ୍ଟ ଏଣ୍ଡଠାରେ ଓଡ଼ିଶା ରାଜ୍ୟ ପ୍ରତିନିଧି ମଣ୍ଡଳଗଣଙ୍କ ଦ୍ୱାରା ଆୟୋଜିତ ଓଡ଼ିଶାରେ କପଡ଼ା ଓ ପୋଷାକ ବୈଠକ ମନ୍ତ୍ରୀ କ୍ୟାପଟେନ ମିଶ୍ର ଉଦଘାଟନ କରିଥିଲେ । ରାଜ୍ୟର ଏକ ସକ୍ରିୟ ସ୍ଥିତି, ପାରଦର୍ଶୀ ଶାସନ ବ୍ୟବସ୍ଥା, ଶିଳ୍ପ ଅନୁକୂଳ ବାତାବରଣ ରହିଲେ ଦେଶର ସବୁ ରାଜ୍ୟଠାରୁ ଓଡ଼ିଶାରେ କମ୍ ପୁଂଜି ବିନିଯୋଗ କରି ବାଣିଜ୍ୟ ବ୍ୟାପାର କରିବା ସହଜସାଧ୍ୟ । ଓଡ଼ିଶାରେ ଶିଳ୍ପ ପ୍ରତିÂା ଦିଗରେ ସକରାତ୍ମକ ବାତାବରଣ ରହିଥିବା ସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପୂର୍ଣ୍ଣ ମାତ୍ରାରେ ରହିଥିବା ଉଲ୍ଲେଖ କରି ପୁଂଜି ନିବେଶକାରୀଙ୍କୁ ମନ୍ତ୍ରୀ ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରିଥିଲେ । ଓଡ଼ିଶାରେ କପଡ଼ା ଓ ପୋଷାକ କ୍ଷେତ୍ରରେ ରହିଥିବା ସୁବିଧା ସୁଯୋଗର ବିନିଯୋଗ ହୋଇ କିପରି ଶିଳ୍ପ କ୍ଷେତ୍ରରେ ବିକାଶ ହୋଇପାରିବ ସେଥିନେଇ ଶିଳ୍ପୋଦ୍ୟୋଗୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ପ୍ରତିନିଧିମଣ୍ଡଳ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ, ଅଟୋ, ପରିଧାନ, ଧାତୁ, ପ୍ଲାଷ୍ଟିକ ଓ ପେଟ୍ରେୟା ରସାୟନ, ଏୟାର ସ୍ପେସ୍ ଓ ସୁରକ୍ଷା ଆଦି ସହିତ ବିଭିନ୍ନ କ୍ଷେତ୍ରରେ ୨୦ ଗୋଟି କମ୍ପାନୀ ସହିତ ରାଜ୍ୟ ପ୍ରତିନିଧି ମଣ୍ଡଳଙ୍କ ପ୍ରତ୍ୟକ୍ଷ ଆଲୋଚନା ହୋଇଥିଲା । ବ୍ୟାପାର ବାଣିଜ୍ୟ ନିମନ୍ତେ ରାଜ୍ୟରେ ରହିଥବବା ସୁବିଧା ଗୁଡ଼ିକ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି ମତ ବିନିମୟ କରିଥିଲେ । କମ୍ପାନୀମାନଙ୍କ ସକାଶେ ରାଜ୍ୟରେ ପ୍ରଦାନ କରାଯାଉଥିବା ନୀତିଗତ ଢ଼ାଂଚା ଓ ଅବସର ତଥ୍ୟ ଗୁଡ଼ିକ ପ୍ରତିନିଧିମଣ୍ଡଳ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖଠାରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁÂିତ ହେବାକୁ ଥିବା ମେକ୍-ଇନ-ଓଡ଼ିଶା କନକ୍ଲେଭ-୨୦୨୦ ସମ୍ପର୍କିତ ବିସ୍ତୃତ ବିବରଣୀ ଉପସ୍ଥିତ ଶିଳ୍ପପତିମାନଙ୍କୁ ଅବଗତ କରାଯାଇଥିଲା । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ସୂଚନା ଓ ଲୋକସମ୍ପର୍କ ବିଭାଗୀୟ କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂହ, ଇପିକଲ ପରିଚାଳନା ନିଦେ୍ର୍ଧଶକ ନୀତିନ୍ ଜାୱାଲେ ପ୍ରତିନିଧିମଣ୍ଡଳ ଭାବେ ଯୋଗଦାନ କରିଥିଲେ ।
ଏହି ବୈଠକରେ ୨୫ରୁ ଉଦ୍ଧ୍ୱର୍ କମ୍ପାନୀ ଅଂଶ ଗ୍ରହଣ କରିଥିଲେ । ଆଦିତ୍ୟ ବିର୍ଲା ଫେସନ, ସାହି ଏକ୍ସପୋର୍ଟ ଓ ପେଜ୍ ଇଣ୍ଡଷ୍ଟି୍ରୀ ପ୍ରତିନିଧିଗଣ ଓଡ଼ିଶାରେ ପୁଂଜି ନିବଶେ ଦିଗରେନିଜର ଅନୁପୂଜି ଓ ଆଭିମୁଖ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ ।