ପୁଞ୍ଛ -ଜାମ୍ମୁକାଶ୍ମୀରର ପୁଞ୍ଛ ଜିଲ୍ଲାରେ ବୁଧବାର ସୁରକ୍ଷା ବାହିନୀ ନିୟନ୍ତ୍ରଣ ରେଖା ନିକଟରେ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସୁଚନା ମିଳିବା ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।
ସୁରକ୍ଷାକର୍ମୀମାନେ କହିଛନ୍ତି ଯେ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସୁଚନା ପାଇବା ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ରାଷ୍ଟ୍ରୀୟ ରାଇଫଲ୍ସ ଯବାନମାନେ ପୋଲିସ କର୍ମୀଙ୍କ ସହ ମିଶି ମେଣ୍ଢର ସେକ୍ଟରରେ ବେହରୀରାଖ ଜଙ୍ଗଲ ଏବଂ ତାହାର ଆଖପାଖ ଗ୍ରାମଗୁଡିକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।ସେ କହିଛନ୍ତି ଯେ ଏହା ବ୍ୟତୀତ କସ୍ବଲାରୀ ବ୍ରେଲା,ହୁଡଇ ଗଳୀ ଏବଂ ନିକଟ ମନକୋଟର ଆଖପାଖ ଅଞ୍ଚଳରେ ମଧ୍ୟ କର୍ଡନ ଏବଂ ସର୍ଚ୍ଚ ଅପରେସନ କରାଯାଉଛି।ଅଧିକାରୀଙ୍କ କହିବା ଅନୁସାରେ ଏପର୍ଯ୍ୟନ୍ତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇନାହିଁ।