ବଲାଙ୍ଗିର,ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ମିଳିତ ଆୟୋଜନରେ ସମ୍ବିଧାନ ଦିବସ ପାଳନ ଏବଂ ଆଇନ ସଚେତନତା ଶିବିର ସହିତ ଏକ ସେମିନାର ” ପରମ୍ପରାରୁ ଆଧୁନିକତା ପର୍ଯ୍ୟନ୍ତ ସାମ୍ବିଧାନିକ ବ୍ୟାଖ୍ୟାର ବିକାଶ ” ବିଷୟବସ୍ତୁ ଉପରେ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନ୍ୟାୟାଧିଶ ଡ. ପବିତ୍ର ମୋହନ ସାମଲ, ଫ୍ୟାମିଲି କୋର୍ଟ ଜଜ୍ ବଲାଙ୍ଗିର ବିକ୍ରମ କେଶରୀ ପଟ୍ଟନାୟକ, ଭିଜିଲାନ୍ସ ନ୍ୟାୟାଳୟ ଜଜ୍ ବଲାଙ୍ଗିର ମଳୟ ରଂଜନ ଦାଶ, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ପ୍ରିୟ ରଂଜନ ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ୍ (ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ) ଶ୍ରୀମତୀ ଇତିଶ୍ରୀ ମାଳବିକା ଭୂୟାଁ ,ସିଭିଲି କୋର୍ଟ ରେଜିଷ୍ଟାର ଶ୍ରୀଦିପ୍ ମିଶ୍ର, ସିଭିଲ୍ ଜଜ୍ (ବରିଷ୍ଠ) ଆଶିଷ କୁମାର ସାହୁ, ସିଭିଲ୍ ଜଜ୍ (ବରିଷ୍ଠ) ଶ୍ରୀମତୀ କୁମୁନ୍ ଆଚାର୍ଯ୍ୟ, ସିଭିଲ୍ ଜଜ୍ (ବରିଷ୍ଠ)ବଲାଙ୍ଗିର ଶ୍ରୀମତୀ ବୈଶାଳୀ ନାୟକ, ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ) ଶ୍ରୀମତୀ ଅର୍ଣ୍ଣପୂର୍ଣ୍ଣା ଷଡଙ୍ଗୀ, ଏସଡିଜେଏମ ଶ୍ରୀମତୀ ଦୀପାରାଣୀ ଜେନା, ସିଭିଲ୍ ଜଜ୍ (କନିଷ୍ଠ) ଶ୍ରୀମତୀ ସାସ୍ଵତୀ ମହାପାତ୍ର, ଜେ.ଏମ୍.ଏଫ୍.ସି ଶ୍ରୀମତୀ ଲକ୍ଷ୍ମୀ ବେହେରା, ଆଇନ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଅମରେନ୍ଦ୍ର ମିଶ୍ର, ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଜିବ୍ ପ୍ରଧାନ ,କିଟ ଲ କଲେଜ ର ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀଯୁକ୍ତ ପ୍ରତିକ୍ ମିଶ୍ର ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଏହାସହ ବଲାଙ୍ଗିର ଓକିଲ ସଂଘର ସଦସ୍ୟ ଓ ପ୍ରାଧିକରଣର ପି.ଏଲ୍.ଭି ମାନେ ଉପସ୍ଥିତ ଥିଲେ ।
ଉକ୍ତ ଶିବିରରେ ଜିଲ୍ଲା ନ୍ୟାୟାଧିଶ ବଲାଙ୍ଗିର ଶ୍ରୀଯୁକ୍ତ ପବିତ୍ର ମୋହନ ସାମଲ ୭୫ତମ ସମ୍ବିଧାନ ଦିବସ ସଂବନ୍ଧରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବସ୍ତୃତ ବିବରଣୀ ପ୍ରଦାନ କରିବା ସହ ଏହାକୁ କିପରି ସେମାନେ ଦୈନନ୍ଦିନ ଜିବନରେ କାର୍ଯ୍ୟକାରୀ କରିବେ ସେଥି ନିମନ୍ତେ ଉତ୍ସାହିତ କରିଥିଲେ । ଫ୍ୟାମିଲି କୋର୍ଟ ଜଜ ବିକ୍ରମ କେଶରୀ ପଟ୍ଟନାୟକ, ସମ୍ବିଧାନ ଦିବସର ମହତ୍ବ ସଂପର୍କରେ ନିଜସ ବିବରଣି ରଖିଥିଲେ । ଜଜ୍ ଭିଜିଲାନ୍ସ ନ୍ୟାୟାଳୟ, ବଲାଙ୍ଗିର ଶ୍ରୀଯୁକ୍ତ ମଳୟ ରଂଜନ ଦାଶ, ବିଭନ୍ନ ଦେଶର ସମ୍ବିଧାନ ଏବଂ ଭାରତର ସମ୍ବିଧାନ ମଧ୍ୟରେ ଥିବା ପାର୍ଥକ୍ୟ କୁ ସରଳ ଭାବରେ ବୁଝାଇଥିଲେ । ଏହି କାର୍ଯ୍ୟକର୍ମର ସ୍ଵାଗତ ଭାଷଣ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦାନ କରିଥିଲେ । ମଞ୍ଚାସିନ ଅତିଥି ମାନେ ସମ୍ବିଧାନର ଡ୍ରାଫ୍ଟ ଏବଂ ଗଠନ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 27, 2024
November 27, 2024